om academy

ପୋଷଣ ବଗିଚା ଓ ବୃକ୍ଷ ରୋପଣ ମହାଅଭିଯାନ ସମାରୋହ

jsm

ବୌଦ୍ଧ : ବୌଦ୍ଧ ବ୍ଲକ ବଘିଆପଡ଼ା ପାଲଝାର ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ଠାରେ ଇଫକୋ ଓ କୃଷିବିଜ୍ଞାନ କେନ୍ଦ୍ର ମିଳିତ ସହଯୋଗରେ ପୋଷଣ ବଗିଚା ଓ ବୃ୍ଷ ରୋପଣ ମହାଅଭିଯାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଯାଇଛି । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଶହେରୁ ଅଧିକ ପୁରୁଷ ଓ ମହିଳା ଚାଷୀ ଯୋଗ ଦେଇଥିଲେ । ମୁଖ୍ୟ ଅଥିତି ଭାବରେ କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା କେନ୍ଦ୍ରର ମୁଖ୍ୟ ତପନ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଉଦ୍ୟାନ ବିଭାଗ ଅଧିକାରୀ ଯୋଗେନ୍ଦ୍ର ମହାପାତ୍ର, ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ ମିଶ୍ର, ରାଷ୍ଟ୍ରୀୟ କୃଷି ଉଦ୍ୟାନ କେନ୍ଦ୍ରର ରଞ୍ଜିତ ଦାସ, ଇଫିକୋର ରତିକାନ୍ତ ନାୟକ ଯୋଗ ଦେଇଥିଲେ । ଏହି ଉତ୍ସବରେ ଚାଷୀମାନଙ୍କୁ ଶହେଟି ଫଳ ଗଛ ଓ ପନିପରିବା କିଟ୍‌ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷିବିଜ୍ଞାନ କେନ୍ଦ୍ରର ସସ୍ମିତା ପ୍ରିୟଦର୍ଶନୀ, ମୟୂରି ସି, ହରି ପ୍ରିୟା ସେଠି, ବୀଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.