ହାତୀ ଆକ୍ରମଣରେ ଚାଲିଗଲା ୨ ଅମୂଲ୍ୟ ଜୀବନ

ସୁନ୍ଦରଗଡ, (କେପିଏନ୍‌ଏସ୍‌) : ହାତୀ ଆକ୍ରମଣର ଶିକାର ହୋଇ ଦୁଇ ଜଣଙ୍କ ଜୀବନ ଯାଇଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ଅଚଂଳର ମଲଙ୍ଗା ଗାଁର ଗାନ୍ଦୁରୁ ଓରାମ ଆଜି ସକାଳୁ ନିଜ ବଗିଚାରେ କିଛି କାମ କରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣ ଶିକାର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହି ଗୋଟିଏ ବ୍ଲକର କନରସୁଆଁ ଗାଁର କାର୍ତ୍ତିକ ଭୂମିଜ ଶଉଚ ହେବାକୁ ଯାଉଥିବା ବେଳେ ହାତୀ ସମ୍ମୁଖରେ ପଡି ଯାଇଥିଲେ । ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି ।

Leave A Reply

Your email address will not be published.