ବ୍ରଜରାଜନଗର, (କେପିଏନ୍ଏସ୍) : ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଜେଲ୍ ଯାଇଥିବା ବେଳେ ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଗତ ୧୭ ତାରିଖ ଦିନ ଭୋର୍ ସମୟରେ ନିଛାଟିଆ ପଡ଼ିଆକୁ ଶୌଚ ପାଇଁ ଯାଉଥିବା ବେଳେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଏକୁଟିଆ ପାଇ ସ୍ଥାନୀୟ ଖପରାପଡ଼ାର ଷ୍ଟେଫାନ୍ ବାର୍ଲା(୪୦) ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ପୀଡ଼ିତା ନାବାଳିକା । ତେବେ ଏହି ଅଭିଯୋଗ ଭିତ୍ତିରେ ବ୍ରଜରାଜନଗର ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଷ୍ଟେଫାନ୍କୁ ଗିରଫ୍ କରିବା ସହ ଜେଲ୍ ହାଜତ୍କୁ ପଠାଇ ଦେଇଥିବା କୁହାଯାଇଛି ।