ବୌଦ୍ଧ କଂଗ୍ରେସ ପକ୍ଷରୁ ହରତାଳ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାର କଣ୍ଟାମାଲ, ହରଭଙ୍ଗା, ବୌଦ୍ଧ ସଦରଠାରେ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି । କଣ୍ଟାମାଲ ଠାରେ ରାଜ୍ୟ ଓବିସି ସେଲ ଉପାଧ୍ୟକ୍ଷ କେଶବ ଚନ୍ଦ୍ର କ୍ଷେତୀ, ଯୁବ ନେତା ପ୍ରଶାନ୍ତ ସାହୁ ସହ ଅନେକ କଂଗ୍ରେସ ନେତା ଧାରଣା ଦେଇଥିବା ବେଳେ ହରଭଙ୍ଗା ଠାରେ ସମରେଶ ମିଶ୍ର ଓ ବୌଦ୍ଧ ଠାରେ ଜିଲ୍ଲା ସଭାପତି ନବକୁମାର ମିଶ୍ରଙ୍କ ନେତୃତ୍ୱରେ ଧାରଣା ଦିଆଯାଉଛି । ଆଶାତୀତ ମୂଲ୍ୟବୃଦ୍ଧି, ପେଟ୍ରୋଲ ଡିଜେଲ ଦର ବୃଦ୍ଧିର ପ୍ରତିବାଦ ସହ ସାଧାରଣ ଜନତା ନାହିଁ ନଥିବା ଆବୁବିଧା ପାଇଁ କଂଗ୍ରେସର ଏହି ହରତାଳକୁ ଜିଲ୍ଲାର ସାଧାରଣ ଜନତାଙ୍କ ସମର୍ଥନ ମିଳିଥିବା ଜଣାଯାଇଛି ।

Leave A Reply

Your email address will not be published.