ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ସାହିତ୍ୟ ଘର ଓ ବଉଲ ନାଟ ଏଣ୍ଡ କଲଚରାଲ୍ ଏସୋସିଏସନ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ସମ୍ବାଦ ସହିତ୍ୟି ଘର କଣ୍ଟାମାଲର ସଭାପତି ହରିହର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ବୃକ୍ଷ ରୋପଣର ମହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣୀ ଗାଁର ଗଉଁତିଆ ତଥା ବରିଷ୍ଠ ନାଗରିକ କ୍ଷେତ୍ରବାସୀ ପ୍ରଧାନ, ସାହିତ୍ୟ ଘରର ଯୁଗ୍ମ ସଂପାଦକ ରଂଜୁ ଅମାତ ଯୋଗଦେଇ ଥିବାବେଳେ ବଉଲ ନାଟ ଏଣ୍ଡ କଲଚରାଲ୍ ଏସୋସିଏସନର ସଭାପତି ଅର୍ଜୁନ ପ୍ରଧାନ, ସଂପାଦକ ନେପାଳ ପଲିଆ, ମହୋତ୍ସବ କମିଟିର ସଭାପତି ସୁକାନ୍ତ ପ୍ରଧାନ, ତତ୍ୱାବଧାରକ ଶିବ କମ୍ପ, ଆରତ କ୍ଷେତୀ, ଶରତ ପତ୍ର, କୁଶ ପ୍ରଧାନ, ଲବ ପ୍ରଧାନ, ସାମନ୍ତ ପ୍ରଧାନ, ଲିଙ୍ଗରାଜ କ୍ଷେତୀ, ବେଣୁଧର ପ୍ରଧାନ, ଚର୍ତୁଭୁଜ କର୍ଣ୍ଣ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଯୋଗଦେଇ ୫୦ରୁ ଉର୍ଦ୍ଧ ଗଛ ଯଥା ଅଁଳା, କରଞ୍ଜ, ପଣସ, ବଉଲ, ରାଧାଚୁଡା, ଜାମୁ ଆଦି ମୂଲ୍ୟବାନ ଗଛ ଲଗାଇବା ସହ ଏହାର ଯତ୍ନ ନେବାକୁ ମଧ୍ୟ ସମସ୍ତେ ସଂକଳ୍ପ ନେଇଥିଲେ । ଏଭଳି ପବିତ୍ର କାର୍ଯ୍ୟକ୍ରମ ପାଇଁ ସାହିତ୍ୟ ଘର ଓ ବଉଲ ନାଟ ଏଣ୍ଡ କଲଚରାଲ୍ ଏସୋସିଏସନକୁ ଅଞ୍ଚଳରେ ଖୁବ ପ୍ରଶଂସା କରିଛନ୍ତି ।
Next Post