ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ । ଏଥିରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହେବ ବୋଲି ଜୋର୍‌ ଧରିଛି ଚର୍ଚ୍ଚା । ତେବେ ଏହା ପୂର୍ବରୁ ମନ୍ତ୍ରିମଣ୍ଡଳରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଇସ୍ତଫା ଦେଇଛନ୍ତି । କିଛି ଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୋଖରିୟାଲ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଏବେ ସେ କରୋନା ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ରହିବାକୁ ଇଚ୍ଛା ପ୍ରକାଶ କରିନଥିଲେ । ତେଣୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ନିଷ୍ପତ୍ତି ହୋଇଥିଲା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.