କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ବନାଞ୍ଚଳ ତରଫରୁ ଚାଲିଥିବା ୭୨ତମ ବନ ମହୋତ୍ସବ ସପ୍ତାହ ଉଦ୍ଯାପିତ ହୋଇଯାଇଛି । ଆଜି ସପ୍ତମ ଦିବସରେ ପ୍ରଥମେ ଚଟୁଅନକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୂର୍ଣ୍ଣ ନିଆଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭା.ଜ.ପା ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି, ପ୍ରକୃତି ପ୍ରେମୀ ଜଗନ୍ନାଥ ନାଗ, ପ୍ରକୃତିବନ୍ଧୁ ଡୋଳାମଣି ମହତ, ଜବାହରଲାଲ ଆଦିବାସୀ କ୍ଳବ ସଭାପତି ସହଦେବ ମାଝୀ, ସମାଜସେବୀ ଥମିର ଛତ୍ରିଆ, ଫରେଷ୍ଟର ଆଦିତ୍ୟ ମିଶ୍ର, ସତ୍ୟ ନାରାୟଣ ମାଝୀ, ଅଜୟ ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ । ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଓ ଜବାହରଲାଲ ନେହେରୁ ଆଦିବାସୀ କ୍ଳବର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ କିଶୋର ବରିହା, ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି, ସୁବାଷ ମାଝୀ, ଜନକ ମାଝୀ, ତପନ ମାଝୀ, ରୁପାଧର ମାଝୀ, ଗୋବିନ୍ଦ ମାଝୀ, ଆଶିଷ ଜୈନ ଆଦି ସହଯୋଗ କରିଥିଲେ । ତାପରେ କଣ୍ଟାବାଞ୍ଜି କୋର୍ଟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅତିଥି ଭାବରେ ଏଡିଜେ ପବିତ୍ର ମୋହନ ସାମଲ, ସବଜଜ ବିନୋଦ ବିହାରୀ ସାହୁ, ଜେଏମଏଫସି ଲିଙ୍କିପ୍ରିୟା ସାହୁ, ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ, ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି, ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ, କୋର୍ଟ କର୍ମଚାରୀ ବାବୁଲାଲ ପାଢ଼ୀ, ସୁନିଲ ମିଶ୍ର, ଓକିଲ ସଂଘ ସଭାପତି ସମିମ ମହମଦ ଖାନ, ସମ୍ପାଦକ ଏସ, ଜଗନ୍ନାଥ ରାଓ, ସହସମ୍ପାଦକ ବୃନ୍ଦାବନ ରାଉତ, କୋଷାଧ୍ୟକ୍ଷ ବେଣୁ ଜାଲ, ଅଧିବକ୍ତା ଅରୁଣ କୁମାର ବାଗ, ପ୍ରମୋଦ କୁମାର ପାଣିଗ୍ରାହୀ, ସତ୍ୟନାରାୟଣ ରାଏ, ବ୍ରଜଶ୍ୟାମ ଗୁରୁ, ମନୋଜ କୁମାର ଦାସ, ମୋହନଲାଲ ଶର୍ମା, ସଞ୍ଜୟ ନାଥ, ରବି ନାରାୟଣ ତ୍ରିପାଠୀ ଉପସ୍ଥିତ ରହି କୋର୍ଟ ପରିସରରେ ଜାମୁ, କଦମ୍ବ, ଚାକୁଣ୍ଡା, ଅଁଳା ଆଦି ବୃକ୍ଷ ରୋପଣ କରିଥିଲେ । ତାପରେ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ସୂର୍ୟ୍ୟକାନ୍ତ ରଣାଙ୍କ ଉଦ୍ୟମରେ ବିଜଦ ରାଜ୍ୟ ସମ୍ପାଦକ ଫିରୋଜ ଖାନ, ପ୍ରକୃତି ବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ, ପ୍ରକୃତି ବନ୍ଧୁ ଡୋଳାମଣି ମହତ, ଫରେଷ୍ଟଗାର୍ଡ ରୀତାଞ୍ଜଳି ନିଆଲ, ଚନ୍ଦ୍ରକାନ୍ତୀ ସୁନା, ଆଶିଷ ଜୈନ, ଶିକ୍ଷକ କୃଷ୍ଣଚନ୍ଦ୍ର ରଣା, ସୁରେଶ ମାଝୀ, ଅଙ୍ଗନବାଡ଼ି କର୍ମୀ ସୁଷମା କୁମ୍ଭାର ଆଦି ଅତିଥି ମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଆଜିର ଉଦଯାପିତ ଉତ୍ସବରେ ଫରେଷ୍ଟର ବିନୋଦ ବିହାରୀ ଧରୁଆ, ପାରାସ୍କୁଆଡ ରାମ ମାଝୀ, କେଶବ ନାଗ, ଧନେଶ୍ବର ମାଝୀ, ଜଳନ୍ଧର ବନଚ୍ଛୋର, ପରମାନନ୍ଦ ଭାଟି, ପୀତାମ୍ବର କୁମ୍ଭାର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
Prev Post