କରୋନା ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ସାମ୍ବାଦିକ ରତିକାନ୍ତ ବଳ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକ ରତିକାନ୍ତ ବଳ ଓରଫ୍ ମଣ୍ଟୁ(୩୮)ଙ୍କୁ ସାଉଁଟି ନେଇଛି କରୋନା । କରୋନାରେ ଆକ୍ରାନ୍ତ ହୋଇ ଯାଜପୁର ଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୂବନେଶ୍ବର ସ୍ଥାନାନ୍ତରିତ କରାଯାଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଜଣେ ମିଷ୍ଟଭାଷୀ, ବନ୍ଧୁବତ୍ସଲ ଓ ପରୋପକାରୀ ଯୁବକ ହିସାବରେ ତାଙ୍କର ନିଜ ଗାଁ ନଳୀପୁର ଓ ଆଖପାଖ ଅଞ୍ଚଳରେ ସେ ବହୁ ଜଣାଶୁଣା ଥିଲେ। ବନ୍ଧୁ ବାନ୍ଧବ, ସାହି ପଡିଶା ସବୁରି ସୁଖଦୁଃଖରେ ଭାଗୀଦାର ହେଉଥିଲେ ସେ । ସ୍ଵଳ୍ପ ଦିନର ସାମ୍ବାଦିକତା ଭିତରେ ସେ ନିଜର ଏହି ସବୁ ଗୁଣ ପାଇଁ ବେଶ୍ ଲୋକପ୍ରିୟତା ହାସଲ କରିବା ସହ ଆତ୍ମୀୟତା ବଢାଇ ପାରିଥିଲେ ସାମ୍ବାଦିକଙ୍କ ଗହଣରେ । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବାଲିଚନ୍ଦ୍ରପୁର ଓ ଏହାର ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

fifteen − eight =

error: Content is protected !!