ଦେଓଗାଁରେ ପୁଣି ୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଅଞ୍ଚଳରେ ଗତ ରବିବାର ଦିନରୁ ଶୁକ୍ରବାର ଦିନ ପର୍ଯ୍ୟନ୍ତ ୨୫୩ ଜଣ କରୋନା ପଜିଟିଭ ହୋଇଛନ୍ତି । ହେଲେ ଶନିବାର ଦିନ ଦେଓଗାଁ ବ୍ଲକର ୩ଟି ପଞ୍ଚାୟତରୁ ୩୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିବା ପରେ ଏହି ସଂଖ୍ୟା ୨୮୬ରେ ପହଞ୍ଚିଛି । ଶନିବାର ଦିନ ଆସିଥିବା ଦେଓଗାଁ ବ୍ଲକରେ ୩୩ଜଣଙ୍କ ମଧ୍ୟରୁ ଗୌଡ଼ଗୋଠ ପଞ୍ଚାୟତରୁ ସର୍ବାଧିକ ୩୦ଜଣ, କୁତୁର୍ଲା, ମୁକୁନ୍ଦପୁର ଓ ଉଡାର ୩ଟି ପଞ୍ଚାୟତରେ ଜଣେ ଲେଖାଏଁ ଚିହ୍ନଟ ହେଇଥିବାର ସରକାରୀ ରିପୋର୍ଟ ଆସିଛି ।

Leave A Reply

Your email address will not be published.

seventeen − eight =