ହରଭଙ୍ଗା ସ୍କୁଲରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ସାଲେଭଟା, (ଶୁଶିଲ କୁମାର ମିଶ୍ର) : ସାଲେଭଟା ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲଠାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ଏଡସ୍‌ ଦିବସ ପାଳିତ ହୋଇଯାଛି । ସ୍କୁଲର ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ସଚେତନ ସଭାରେ ବିଜ୍ଞାନ ଶିକ୍ଷକ ଗୋବିନ୍ଦ ସାହୁ ଛାତ୍ରଛାତ୍ରୀମାନଙ୍କୁ ଏଡସ୍‌ ବିଷୟରେ ସଚେତନ ରହିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟର ଜୁନିୟର ରେଡକ୍ରସ ୟୁନିଟ ତରଫରୁ ଗ୍ରାମରେ ଏକ ଶୋଭାଯାତ୍ରା କରି ଛାତ୍ରଛାତ୍ରୀମାନେ ଏଡସ୍‌ ବିଷୟରେ ବିଭିନ୍ନ ସୂଚନା ସମ୍ବନ୍ଧିତ ପ୍ଲାକାର୍ଡ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସଚେତନ କରିଥିଲେ । ସ୍କୁଲ ପରିଚାଳନା କମିଟୀ ସଭାପତି ବିପିନ ସାହୁ, ଶିକ୍ଷକଶିକ୍ଷୟତ୍ରୀ ପିଙ୍କି କର୍ଣ୍ଣ, ଗୋବିନ୍ଦ ସାହୁ, ରାଜକିଶୋର ମହାକୁର, ଦିଲ୍ଲୀପ କୁମାର ଥନାପତି, ମଂଟେଶ ସାହୁ, ଆଶାକର୍ମି ବସୁମତୀ ଥନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ଶିକ୍ଷକ ଦିଲ୍ଲୀପ କୁମାର ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nineteen − 17 =