ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା:ପ: ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁରେ ପ୍ରାୟ ୧୫୦୦ ଲୋକେ ବସବାସ କରନ୍ତି । ଗତ ୨ ତାରିଖରୁ ଆଜି ପର୍ୟ୍ୟନ୍ତ ବହୁଧା ଜଳଭଣ୍ଡାର ବନ୍ଦ ହୋଇ ପଡ଼ିରହିଛି । ତେବେ ପିଇବା ପାଣି ଟିକେ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବୋର୍ୱେଲ ଭିତରେ ପାଣିପମ୍ପ ଫଶି ଯାଇଥିବାରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି । ଜେଇ ପଣ୍ଡାବାବୁ ଆସି ବୋର ୱେଲ ଦେଖିବାରୁ ମୋଟର ପୋଡି ଯାଇ ତଳେ ପଡି ଯାଇଥିବା କହିଛନ୍ତି । ଜେସିବି ସାହାଯ୍ୟରେ ମଧ୍ୟ ମୋଟରକୁ ବାହାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ଲୋକେ । ତେବେ ଏହି ଅସୁବିଧା କାରଣରୁ ଜଳଯୋଗାଣ ଗାଁରେ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ଜଳଭଣ୍ଡାର ପାଣି ଚାଳକକୁ ପଞ୍ଚାୟତ ପ୍ରଶାସନ ଦରମା ଦେବାକୁ ଜବାବ ଦେଇଥିଲେ, ହେଲେ ଆଜି ପର୍ୟ୍ୟନ୍ତ ପାଉଣା ପାଇ ନ ଥିବାରୁ ଗାଁ ଲୋକେ ପ୍ରତି ଘରୁ ଚାନ୍ଦା ଆଦାୟ କରି ପାଣି ଚାଳକକୁ ଦେଇ ଆସୁଥିଲେ ପାଉଣା। ଏବେ ଏହାକୁ ଶୀଘ୍ର ମରାମତି କରାଯାଇ ଯଥାଶୀଘ୍ର ଜଳ ଯୋଗାଣ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବୀ ହେଉଛି ।
Next Post