ଶୋଚନୀୟ ଅବସ୍ଥାରେ ତେଲେନପାଲି-ପୁଟକେଲ୍‌ଚୁଆଁ ରାସ୍ତା : ହନ୍ତସନ୍ତ ଗ୍ରାମବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ତେଲେନପାଲିରୁ ପୁଟକେଲ୍‌ଚୁଆଁ ରାସ୍ତା । ପ୍ରଶାସନର ଦ୍ୱାରସ୍ଥ ହୋଇ ହୋଇ ଥକି ଗଲେଣି ଗ୍ରାମବାସୀ, ହେଲେ ସରକାର ଶୁଣୁନାହନ୍ତି ଗୁହାରୀ । ଏଠାରେ ସୂଚନା ଯେଗ୍ୟ ଯେ, ଏହି ରାସ୍ତାର ଉନ୍ନତି ପାଇଁ ୨୦୦୧ ମସିହାରୁ ଦାବୀ ହୋଇ ଆସୁଛି । ହେଲେ ଏ ରାସ୍ତା ପ୍ରତି ଦୃଷ୍ଟି ପଡୁନାହିଁ ସରକାରଙ୍କର । ଏଠାକାର ଲୋକମାନଙ୍କ କହିବାନୁସାରେ ତତ୍‌କାଳୀନ ବଲାଙ୍ଗିର ଜିଳ୍ଲାପାଲ ନାରାୟଣ ଜେନା ଓ ତତ୍‌କାଳୀନ ବିଡିଓ ସୁବାସ ଦାଶଙ୍କ ସମୟରେ ଏହି ରାସ୍ତାର କାମ ହୋଲଥିଲା । ଇତିମଧ୍ୟରେ ୧୯ ବର୍ଷ ବିତିଗଲାଣି । ରାସ୍ତାର ଅବସ୍ଥା ସାଂଘାତିକ ହୋଇ ସାରିଲାଣି । କିନ୍ତୁ ହୋଇ ପାରୁନି ରାସ୍ତା କାମ । ଉକ୍ତ ରାସ୍ତା ଉପରେ ପାଖପାଖି ୧୩ଟି ଗ୍ରାମର ଲୋକେ ନିର୍ଭର କରନ୍ତି । ସେମାନଙ୍କ ପାଇଁ ଏହି ରାସ୍ତା ହେଉଛି ମୁଖ୍ୟ ରାସ୍ତା । ଏହି ରାସ୍ତାରେ ଜନସାଧାରଣଙ୍କ ଯାତାୟାତ ସହ ଶହ ଶହ ଗାଡି ମଟର ଯିବା ଆସିବା, ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରୀକାଳୀନ ଯାନବାହନଗୁଡିକ ଯାତାୟାତ କରୁଥିବା ବେଳେ ଗର୍ଭବତୀ ମହିଳା, ରୋଗୀ ଏବଂ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଯିବା ଆସିବା କରିବାରେ ବହୁ ସମସ୍ୟ ସୃଷ୍ଟି ହେଉଥିବା ବେଳେ ବର୍ଷା ଦିନର କଥା କହିଲେ ନସରେ । ଏହି ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ମାନଙ୍କରେ କାଦୁଅ ପାଣି ଜମି ହୋଇ ରହି ଯାଇଥାଏ, ଯା’ଫଳରେ ଯିବା ଆସିବା କରିବାରେ ଲୋକମାନେ ବହୁ ଅସୁବିଧା ସୃଷ୍ଟି ହେଉଥିବାକୁ ନେଇ ଆଉ କେତେଦିନ ଗୁହାରୀ କରିବାକୁ ଯିବୁ, ଗୁହାରୀ ତ ଶୁଣୁ ନାହାନ୍ତି କେହି ବୋଲି ଜନ ଅସନ୍ତୋଷ ବହୁତ ଜୋର୍‌ ଧରିଛି । ଗ୍ରାମବାସୀମାନେ ଏହା ବି କହିଛନ୍ତି ଯେ, ନିର୍ବାଚନ ଆସିଲେ ବିଭିନ୍ନ ଦଳର ନେତା ଆସି ଏହି ରାସ୍ତାକୁ ଦେଖି ଅନେକ ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି । ହେଲେ ନିର୍ବାଚନ ସରିଗଲା ପରେ କେହି ଶୁଣୁ ନାହାନ୍ତି ଗୁହାରୀ । ରାସ୍ତାରେ ଯିବା ଆସିବା କରିବା ପାଇଁ ଲୋକଙ୍କମନରେ ଭୟ ସଂଚାର ହେଲାଣି । ତେବେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲା ସମାଜସେବୀ ପ୍ରେମ ରଣା ନାମକ ଜଣେ ଯୁବକ ଟ୍ୱିଟ ମାଧ୍ୟମରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କୁ ଜଣାଇଥିଲେ । ତାହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୬୦ ଲକ୍ଷ ଟଙ୍କାର ଏକ ଟେଣ୍ଡର କରାଯାଇଛି ବୋଲି ସୂଚନାରେ କୁହାଯାଇଛି । ଦେଖାଯାଉ, ପ୍ରଶାସନର ଏହି ଉନ୍ନତି ମୂଳକ ପଦକ୍ଷେପ କେତେବେଳେ ସଫଳତାକୁ ଛୁଉଁଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

Leave A Reply

Your email address will not be published.