om academy

ଅବ୍ୟବସ୍ଥା ଘେରରେ ଚାଷୀ : ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଜଣାଇଲେ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଚରମପତ୍ର ଟିଏ ପ୍ରଦାନ କରାଯାଇଛି । ଅନେକ ସମସ୍ୟାରେ ଜର୍ଜରିତ ହୋଇ ଆଜି ଅପରାହ୍ନ ୨ ଘଟିକା ସମୟରେ ସ୍ଥାନୀୟ ଗୋରୁ ବଜାର ପ୍ରାଙ୍ଗଣରେ ରାଜବୋଡାସମ୍ବର କୃଷକ ସଂଗଠନର ସମସ୍ତ ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ସରକାରଙ୍କ ଲୁଚକାଳି ଖେଳରେ ଅତିଷ୍ଟ ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଥମତଃ ପାଇକମାଲ ବ୍ଲକର ଲଖମରା, ବାଦିକଟା ଏବଂ ଭେଙ୍ଗରାଜପୁରର ଚାଷୀମାନେ ଗତ ୨୦୧୯ର ଖରିଫ୍ ଋତୁର ବୀମାରାଶିରୁ ବଂଚିତ ହେବାଦ୍ବାରା ଅନେକ ସମୟରେ ରାସ୍ତାରୋକ ସମେତ ଅନଶନ ମଧ୍ୟ ବସି ସାରିଛନ୍ତି । ହେଲେ ଆଶ୍ୱାସନା ସହ ଲଲିପପ୍ ଦେଖାଇ ପ୍ରଶାସନ ଖାଲି ଲୁଚକାଳି ଖେଳ ଖେଳି ଚାଲିଛନ୍ତି । ଏଣୁ ଉକ୍ତ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ସଙ୍ଘ ଲିଖିତ ଭାବେ ଜଣାଇବା ସହ ବର୍ତ୍ତମାନ ସ୍ଥିତିରେ କ୍ରପ କଟିଙ୍ଗ ଅବ୍ୟବସ୍ଥା ପାଇଁ ସମ୍ପୁର୍ଣ୍ଣ ଅଂଚଳର ଚାଷୀ କୂଳ ଅସନ୍ତୋଷ ଅଛନ୍ତି । ପ୍ରତ୍ୟକ ପଂଚାୟତର କ୍ରପକଟିଙ୍ଗରେ ଇନ୍ସୁରେନ୍ସ କମ୍ପାନୀ ତାର ମନମୁଖୀ ଆଧିପତ୍ୟ ବିସ୍ତାର କରିବା ସହିତ କ୍ରପ କଟିଙ୍ଗକୁ ପ୍ରଭାବିତ କରି ଚାଲିଛି କ୍ଷ ଶେଷରେ ଆଗାମୀ ୨୫ ତାରିଖ ସୁଦ୍ଧା ବାକି ରହିଯାଇଥିବା ଧାନ ସମସ୍ୟା – ଅଭାବୀ ଟୋକନ୍‌ର ସମ୍ପୁର୍ଣ୍ଣ ସମାଧାନ ନହେଲେ ଆଗାମୀ ୨୬ ତାରିଖରୁ ଚାଷୀମାନେ ନିଜ ନିଜ ଅଂଚଳର ମଣ୍ଡିରେ ଧାନ ପକାଇବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତ ହେତୁ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ଭୁଏଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦେଇଥିବା ଚରମପତ୍ରର ବିଷୟକୁ ଗମ୍ଭୀରତାର ସହ ପଢ଼ି ଏହାର ସୁବିଚାର ଉପଜିଲ୍ଲାପାଳ ମହୋଦୟ ଆସିଲେ କରାଯିବ ବୋଲି ଉପସ୍ଥିତ ଚାଷୀମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ରାଜବୋଡାସମ୍ବର କୃଷକ ସଂଗଠନର ଆବାହକ ଅଶୋକ ସାହୁ, ଆଡଭୋକେଟ୍ ଅଜିତ ଶତପଥୀ, ଅଂଚଳର ବିଶିଷ୍ଟ ଚାଷୀ ମଳୟ ଭୋଇ, ଦହିତ ସାହୁ, ବିଶ୍ୱନାଥ ରଣା, ରୋହିତ କୁମାର ପ୍ରଧାନ, ନିରାକାର ପ୍ରଧାନ, ଅକ୍ଷୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.