om academy

କଳାର ପୂଜାରୀ ଶ୍ୟାମ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଦହିତା ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମର ଶ୍ୟାମ ସୁନ୍ଦର ମେହେର ଜଣେ କଳାର ପୂଜାରୀ । ସେ ନିଜ ଉଦ୍ୟମରେ ଏକ ସାଂସ୍କୃତିକ ସଂଙ୍ଗଠନ ପ୍ରତିଷ୍ଠା କରି ଗ୍ରାମାଞ୍ଚଳ ମାନଙ୍କରରେ ବେଶ୍‌ ପରିଚିତ ହୋଇ ପାରିଛନ୍ତି । ବିଭିନ୍ନ କଲାକାରମାନଙ୍କୁ ନେଇ ଅତି କମ୍ ବୟସରେ ସେ କଳା ଯାତ୍ରା ଆରମ୍ଭ କରିଥିଲେ । ବିଭିନ୍ନ ମଞ୍ଚରେ କଳା ପ୍ରଦର୍ଶନ କରି ଖୁବ୍ ପ୍ରଶଂସା ଅର୍ଜନ କରିଛନ୍ତି । ପେସାରେ ସେ ଜଣେ କ୍ୟାମେରା ମ୍ୟାନ୍ ଅଟନ୍ତି । ଆଧୁନିକତାକୁ ଆଧାର କରି ମଞ୍ଚକଳାକୁ ଛାଡି ଦେଇ ଏବେ ନିଜ ଉଦ୍ୟମରେ ନୂଆ ନୂଆ କଳାକାରମାନଙ୍କୁ ସୁଯୋଗ ଦେଇ କ୍ଷୁଦ୍ର ସିନେମା ଗୁଡିକ ପ୍ରସ୍ତୁତ କରି ଆସୁଛନ୍ତି । ସେଥି ପାଇଁ ଶ୍ୟାମ ବାବୁ ସମସ୍ତଙ୍କର ପ୍ରିୟ ହୋଇ ସାରିଛନ୍ତି । ସେ କହନ୍ତି, ଯଦି ଓଡିଶା ସରକାରଙ୍କ ତରଫରୁ ସ୍ୱାସ୍ଥ୍ୟ ଉପଯୋଗୀ କିଛି କ୍ଷୁଦ୍ର ସିନେମା ମିଲନ୍ତା କରିବାକୁ ଚାହେଁ । ନିଜ ଖର୍ଚ୍ଚରେ ଶ୍ୟାମ ସଂପୂର୍ଣ୍ଣ ଭାବରେ କଳା ପାଇଁ ସବୁବେଲଳ ଲାଗିଛନ୍ତି ।

Leave A Reply

Your email address will not be published.