om academy

କିଡ୍‌ନୀ ପୀଡିତ ବଚନଙ୍କ ପାଇଁ ଅର୍ଥ ସାଜିଛି ବାଧକ

jsm

କୋରାପୁଟ, (କେପିଏନ୍‌ଏସ୍‌) : ବୟସ ମାତ୍ର ୨୦ । କିଡ୍‌ନୀ ରୋଗର ଶିକାର ହୋଇଛନ୍ତି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ବ୍ଲକ ଅଧୀନସ୍ଥ କୋଲାର ଗ୍ରାମ ପଚାଂୟତ କାଠପଡା ଗାଁର ଭଗବାନ ଖରାଙ୍କ ପୁଅ ବଚନ ଖରା କିଡ଼୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଖୁବ୍‌ କଷ୍ଟ ପାଉଥିବା ଜଣାପଡ଼ିଛି । ବାପାଙ୍କ ଆର୍ଥିକ ସ୍ଥତି ଦୁର୍ବଳ ଥିବାରୁ ପୁଅ ବଚନର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ବର୍ତ୍ତମାନ ତାଙ୍କ ଦେହ ଅତି ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସରକାରୀ ସହାୟତା ତାଙ୍କ ପାଇଁ ନିହାତି ଆବଶ୍ୟକ ହୋଇଛି । ଯଦି କୌଣସି ସୁହୃଦୟ ବ୍ୟକ୍ତି ସହଯୋଗ ପ୍ରଦାନ ପାଇଁ ଚାହାନ୍ତି, ତେବେ ମୋ.ନଂ.୭୦୭୭୫୦୨୦୭୨ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.