pakka

ଜିଲ୍ଲାସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ ବୈଠକରେ ସମ୍ପୂର୍ଣ୍ଣ ଟୀକାକରଣକୁ ଗୁରୁତ୍ୱ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ଟୀକାକରଣ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ । ଡା.ବିଶ୍ୱ ରଂଜନ ପତି, ସି.ଡି.ଏମ୍‌.ଓ., ଡା. ପ୍ରଦୀପ କୁମାର ଗୁରୁ, ଏ.ଡି.ଏମ୍‌.ଓ, ଡା. ମଞ୍ଜୁରାଣୀ ସିଂ, ଏ.ଡି.ପି.ଏଚ୍‌ ଓ (ପରିବାର କଲ୍ୟାଣ) ସହିତ ଜିଲ୍ଲା ଓ ବ୍ଲକ ସ୍ତରର ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ । ତଥ୍ୟରୁ ଜଣାପଡିଲା ଯେ ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ଟୀକାକରଣ ୨୦୨୧-୨୨ ବର୍ଷରେ ୮୯% ରହିଥିଲା । ତେଣୁ ଆଗାମୀ ଦିନରେ ଟୀକାକରଣକୁ ବ୍ୟାପକ କରି ଶତକଡା ୧୦୦%ରେ ପହଞ୍ଚାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ । ସି.ଡି. ଏମ୍‌.ଓ ଡା. ପତି ସୁବର୍ଣ୍ଣପୁର ଜିଲ୍ଲାର ଅପହଞ୍ଚ ଅଂଚଳରେ ସ୍ୱତନ୍ତ୍ର ଟୀକାକରଣ ଅଧିବେଶନ ତଥା ଜିଲ୍ଲାର ତିନୋଟି ସହରାଞ୍ଚଳରେ ଶିଶୁମାନଙ୍କର ଟୀକାକରଣକୁ ବ୍ୟାପକ କରି ଟୀକାକରଣ ହାର ବୃଦ୍ଧି କରାଯିବ ବୋଲି ସୂଚନା ଦେଇଥିଲେ । ଏହା ସହିତ ପାଞ୍ଚ ବର୍ଷରେ ଦିଆଯାଉଥିବା ଡି. ପି. ଟି. କିଶୋର / କିଶୋରୀଙ୍କୁ ଟି ଡି ଭେକସିନକୁ ମଧ୍ୟ ବ୍ୟାପକ କରିବାକୁ ସୂଚନା ପ୍ରଦାନ କରିଥିଲେ । ସର୍ବ ଶେଷରେ ଡେପୁଟି ମ୍ୟାନେଜର ସୁଧାଂଶୁ ଶେଖର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × 5 =