pakka

ତା ୦୯/୦୬/୨୨ ରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪ ଟି କେନ୍ଦ୍ରରେ ୧୮ ରୁ ଉର୍ଦ୍ଧ ନାଗରିକଙ୍କୁ ଟୀକାକରଣ (କୋଭାସିଲଡ଼ ) ସହ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କ ନିମନ୍ତେ ୩ ଟି କେନ୍ଦ୍ରରେ (କୋଭାକ୍ସିନ) ଟୀକାକରଣ

-୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣ : ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୦୯/୦୬/୨୨ ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ (ବୀରମହାରାଜପୁର, ଉଲୁଣ୍ଡା ଓ ମ୍ୟୁନିସିପାଲିଟି ବ୍ୟତୀତ) ୪ ଟି ବ୍ୟବସ୍ଥିତ ଟିକା କେନ୍ଦ୍ରରେ ୧୮ ରୁ ଉର୍ଦ୍ଧ ବୟସର ହିତାଧିକାରୀଙ୍କ ସହ ଏଚ୍‌ସିଡବ୍ଲୁ /ଏଫ୍‌ଏଲ୍‌ଡବ୍ଲୁ ଏବଂ ୬୦ ବର୍ଷରୁ ଉର୍ଦ୍ଧ ସହିତ କୋ-ମୋରବିଡିଟିଙ୍କୁ ପ୍ରିକସନ ଡୋଜ (କୋଭାସିଲଡ଼) ଟୀକାକରଣ କରାଯିବ । ସେହିପରି ଜିଲ୍ଲାର(ବୀରମହାରାଜପୁର, ଉଲୁଣ୍ଡା,ସୋନପୁର ବ୍ଲକ ଓ ମ୍ୟୁନିସିପାଲିଟି ବ୍ୟତୀତ) ଅନ୍ୟସମସ୍ତ ବ୍ଲକର ୩ ଟି କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ (କୋଭାକ୍ସିନ) ଟୀକାକରଣ କରାଯିବ, ପୁନଶ୍ଚ ୧୨ ରୁ ୧୪ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ସମସ୍ତ ବ୍ଲକ ଅଞ୍ଚଳରେ (ସୋନପୁର, ଉଲୁଣ୍ଡା ବୀରମହାରାଜପୁର, ଓ ସୋନପୁର ମ୍ୟୁନିସିପାଲିଟି ବ୍ୟତୀତ) ( ଅଫଲାଇନ ଜରିଆରେ) ୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣ କରାଯିବ । ବ୍ୟବସ୍ଥିତ ସମସ୍ତ କେନ୍ଦ୍ର ଗୁଡିକରେ ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇ ପାରିବେ ଅଥବା ଉକ୍ତ ଦିନ ନିର୍ଦ୍ଧାରିତ ସମୟ ସକାଳ ଘଂ୦୯-୦୦ରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର ,ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନକରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନଗୁଡିକରେ ସକାଳ ୦୯ ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ହିତାଧିକାରୀ ଟୀକାକରଣ ପାଇଁ ଅନଲାଇନ https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇ ପାରିବେ । ଟୀକାକରଣ ନିମନ୍ତେ ହିତାଧିକାରୀଙ୍କ ପାଇଁ ଆଜି ତା୦୮/୦୬/୨୨ ରାତ୍ର ୦୮-୦୦ଘଂ ରୁ କୋଭାସିଲଡ଼ ଓ କୋଭାକ୍ସିନ ପାଇଁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିଛି ।

Leave A Reply

Your email address will not be published.

three + three =