pakka

ଲକ୍ଷ୍ମୀବସ୍ ଓ ବାଇକ୍ ମଧ୍ୟରେ ଧକ୍କା : ୧ ମୃତ, ୧ ଗୁରୁତର

bbehera

କଣ୍ଟାମାଳ : ମଙ୍ଗଳବାର ସକାଳ ୮ଟା ସମୟରେ କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁସାରେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମୀକି ମହନନ୍ଦିଆ କୌଣସି କାମରେ ବାଇକ ଯୋଗେ ଯାଉଥିବା ବେଳେ ଏହି ସମୟରେ ଲକ୍ଷ୍ମୀ ବସ୍ ବୁଲାଇବା ପାଇଁ ବସ୍ ପଛକୁ ଘୁଞ୍ଚାଉଥିଲା । ଫଳରେ ବାଇକଟି ସହ ଲକ୍ଷ୍ମୀ ବସର ପଛପଟରୁ ଧକ୍କା ହୋଇଥିଲା । ଧକ୍କାରେ ବାଇକର ଦୁଇ ଜଣ ଆରୋହୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ କଣ୍ଟାମାଳ ଡାକ୍ତରଖାନାକୁ ପଠାଇଥିଲେ । କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ବାଲ୍ମୀକି ମହନନ୍ଦିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏଣେ ପ୍ରଶାନ୍ତଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

twelve + 12 =