pakka

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

bbehera

ମୁରିବାହାଲ, (କେପିଏନ୍‌ଏସ୍‌) : ବାଇକ୍‌ ଦୁର୍ଘଟଣାରେ ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ରାଣୀସିଲେଟ ଗାଁର ଅର୍ଜୁନ ମାଝୀ(୨୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସେ ବୁଧବାର ବାଇକ ଯୋଗେ ବାରବନ୍ଧ ଗାଁରୁ ନିଜ ଘରକୁ ଫେରୁଥିବା ବେଳେ ବାରବନ୍ଧ-ଗୁଲମୀ ରାସ୍ତା ଶିବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ସିଏଚ୍‌ସିକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

jay balangir
Leave A Reply

Your email address will not be published.

4 × 2 =