ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଗାଧୋଇବାକୁ ଯାଇ ଅଘଟଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରୁ ମାତ୍ର ୬କିମି ଦୂର ଗୋପାଳପୁର ବନ୍ଦର ସମୁଦ୍ର କୂଳ ଆର୍ଯ୍ୟପଲ୍ଲୀ ଗ୍ରାମର ଦୁଇଜଣ ଛାତ୍ରୀ ସମୁଦ୍ରକୁ ସକାଳେ ଗାଧୋଇବାକୁ ଯାଇ ବୁଡିଯାଇଥିବା ଖବର ମିଳିଛି । ଘଟଣାରୁ ପ୍ରକାଶ ଯେ, ସାନ-ଆର୍ଯ୍ୟପଲ୍ଲୀ ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ସେମାନେ ତାଙ୍କ ମାମୁଁ ଘରକୁ ଅବା କୁଣିଆ ହୋଇ ଆସି ଗତକାଲି ଖୁସି ଭରି ଆନନ୍ଦରେ ଦିନ କଟାଇଥିଲେ । ଆଜି ସକାଳୁ ସମୁଦ୍ରକୁ ଗାଧୋଇବାକୁ ଯାଇ ଏହି ଅଘଟଣ ହୋଇଥିବା ଜଣାପଡିଛି । ୫ଜଣ ଗାଧୋଇବାକୁ ଯାଇଥି ସମୁଦ୍ର ଲହରୀରେ ଭାସି ଯାଇଥିଲେ । ତିନିଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ସମୁଦ୍ର ଗର୍ଭକୁ ଚାଲିଯାଇଥିବା ବେଳେ ଜଣଙ୍କ ଶବ ଉଦ୍ଧାର ହୋଇଛି ଏବଂ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଓଡ୍ରାଫ୍ଟ ଟିମ୍ ଉଦ୍ଧାରକାରୀ ଦଳ ଅନ୍ୟଜଣଙ୍କୁ ଖୋଜିବା ଜାରୀ ରଖିଛନ୍ତି । ମୃତକ ହେଲେ ସ୍ୱପ୍ନାରାଣୀ ପଣ୍ଡିତ (୨୦) ପିତା -ପ୍ରେମାନନ୍ଦ ପଣ୍ଡିତ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅଧୀନସ୍ଥ କନିଷି ଅଞ୍ଚଳର ବୋଲି ଜଣାପଡିଛି । ମୃତକଙ୍କୁ ଛତ୍ରପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି । ଏଠାକାର ତାଙ୍କ ମାମୁଁ ଘରକୁ ଆସିଥିବା ଗୁଡୁଲି ମିଶ୍ର (୧୮) ଏ ଯାଏଁ ନିଖୋଜ ଅଛନ୍ତି ।

Leave A Reply

Your email address will not be published.

14 − 3 =

error: Content is protected !!