pakka

ଅଶୋକ ଚନ୍ଦନ ସ୍ମୃତିନ୍ୟାସର ଆଲୋଚନାଚକ୍ର

ପାଟଣାଗଡ, (କେପିଏନ୍‌ଏସ୍‌) : ସ୍ୱର୍ଗତ ଅଶୋକ ଚନ୍ଦନଙ୍କ ବାସଭବନଠାରେ ବୁଧବାର ଅଶୋକ ଚନ୍ଦନ ସ୍ମୃତିନ୍ୟାସ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଶିଷ ଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଟିଟିଲାଗଡରୁ ଭିକାରି ମିଶ୍ର, ବଲାଙ୍ଗିରରୁ ବିନୟ ଦାସ ଓ ସାମ୍ବାଦିକ ରବି ପଧାନ ଯୋଗଦେଇ ‘ସାହିତ୍ୟ ନନ୍ଦନବନରେ ସୁରଭିତ ଅଶୋକ ଚନ୍ଦନ’ ଶୀର୍ଷକ ଉପରେ ଆଲୋଚନା କରିଥିଲେ । ପରେ ଅନ୍ତର୍ଯ୍ୟାମୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ବିନୟ ଦାଶ, ଦିଲୀପ ପଶାୟତ, ଭିକାରି ମିଶ୍ର, ରବି ପଧାନ ମଞ୍ଚାସୀନ ଥିଲେ । ଶିବ ପ୍ରସାଦ ସା ସଭା ସଂଯୋଜନା କରିଥିଲେ । ସ୍ମୃତିସଭା ପରେ ସଂଯୁକ୍ତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ସନ୍ତୋଷ ଦାଶ ଓ ସଂଯୁକ୍ତା ଚନ୍ଦନ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

five × one =