pakka

ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର

bbehera

ଆନନ୍ଦପୁର : ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି । ଆନନ୍ଦପୁରର କୋଡାପଡା ଗୋଳାବନ୍ଧର ଗ୍ରାମରେ ଗୁରୁବାର ସକାଳେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଜୈରାମ ନାଇକ (୭୪) ଶୌଚ ହେବାକୁ ଗୁରୁବାର ସକାଳୁ ବାହାରକୁ ଆସିଥିବା ବେଳେ ଦାନ୍ତା ଆକ୍ରମଣରେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଗୋଟି ହାତୀ ଗାଁ ମୁଣ୍ଡରେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିବା ବେଳେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।

jay balangir
Leave A Reply

Your email address will not be published.

three + 10 =

error: Content is protected !!