ଡଙ୍ଗା ବୁଡ଼ି ଜଣେ ନିଖୋଜ

ଚିତ୍ରକୋଣ୍ଡା : ବାଲିମେଳା ଜଳ ଭଣ୍ଡାରକୁ ମାଛ ଧରିବାକୁ ଯାଇ ଡଙ୍ଗା ବୁଡ଼ି ଜଣେ ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ – ୩ ଗ୍ରାମର ୩ ଜଣ ମାଛ ଧରିବାକୁ ବାଲିମେଳା ଜଳ ଭଣ୍ଡାରକୁ ଯାଇଥିଲେ । ମଝି ନଦୀରେ ପବନ ଓ ବର୍ଷା ପ୍ରବଳ ବେଗରେ ହେବା ଦ୍ଵାରା ଦେଶୀ ଡଙ୍ଗାଟି ଭାରସାମ୍ୟ ହରାଇ ସିଙ୍ଗାରାମ ନିକଟରେ ଓଲଟି ପଡିଥିଲା । ୨ ଜଣ ପହଁରି କୂଳରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଡାଇକ – ୩ ଗ୍ରାମର କୃପା ବେନିଆ ବୋଲି ଜଣାପଡିଛି । ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.