
ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ବାରିକ ଭବନ ଠାରେ ଲୋଇସିଂହା ବ୍ଲକ ବାରିକ ସମାଜର ୧୪ ତମ ନୂଆଖାଇ ଭେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାରିକ ସମାଜର ଲୋଇସିଂହା ବ୍ଲକ ସଭାପତି କିଶୋର ବାରିକଙ୍କ ସଭାପତିତ୍ୱରେ ତଥା ହରିଶଙ୍କର ପଶାୟତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁରେଶ ମହାଲିଙ୍ଗ, ବଲାଙ୍ଗତର ଜିଲ୍ଲା ବାରିକ ସମାଜ ସଭାପତି ନବୀନ ପଶାୟତ, ସମ୍ପାଦକ ଦଶରଥ ପଶାୟତ, ରାଜ୍ୟ ସଭାପତି ହେମନ୍ତ ବାରିକ, ନିଖିଳ ଉତ୍କଳ ବାରିକ ସମାଜ ସଭାପତି କମ୍ବୁ ଚରଣ ପରିଛା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରତି ବ୍ଲକରେ ବାରିକ ସମାଜର ଭବନ ନିର୍ମାଣ ସାଙ୍ଗକୁ ସ୍ୱାସ୍ଥ୍ୟ ବୀମା ସୁବିଧା ତଥା ସମାଜର ଉନ୍ନତି କଳ୍ପେ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ଗଣ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଇଷ୍ଟଦେବତା ଲକ୍ଷ୍ମୀ ନୃସିଂହଙ୍କ ନିକଟରେ ପୂଜାର୍ଚ୍ଚନା ପୂର୍ବକ ସମସ୍ତଙ୍କୁ ନୂଆଁଖାଇ ପ୍ରସାଦ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ନିଖିଳ ଉତ୍କଳ ବାରିକ ସମାଜ ଉପସଭାପତି ହୀରାଲାଲ ବେହେରା, ପଶ୍ଚିମ ଓଡ଼ିଶା ବାରିକ ମହାସଂଘ ସାଧାରଣ ସମ୍ପାଦକ ବୃନ୍ଦାବନ ବାରିକ, ସମ୍ବଲପୁର ସଭାପତି ସନ୍ତୋଷ ବାରିକ, ରୋହିତ ବାରିକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶଙ୍କର ବାରିକ, ଉପସଭାପତି ଦିଲୀପ ପଶାୟତ, ରାଜକୁମାର ବାରିକ, ଦୁର୍ବାଦଲ ବାରିକ, ବସନ୍ତ ବାରିକଙ୍କ ସମେତ ବରଗଡ଼, ସୋନପୁର, ସମ୍ବଲପୁର ତଥା ନୂଆପଡ଼ା ଜିଲ୍ଲାରୁ ସମାଜର ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଗୋବିନ୍ଦା ବାରିକ, ଅଭିମନ୍ୟୁ ବାରିକ, ରମେଶ ବାରିକ, ଋଷଭ ପଶାୟତ, ଜୟଦେବ ବାରିକ, ସରୋଜ ବାରିକ, କୁନୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଲୋଇସିଂହା ବ୍ଲକ ସମ୍ପାଦକ ସତ୍ୟନାରାୟଣ ପଶାୟତ ଧନ୍ୟବାଦ୍ ଅର୍ପଣ କରିଥିଲେ ।