ସଇଁନ୍ତଲା ଅଞ୍ଚଳରେ ଗୁରୁଦିବସ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ସଇଁନ୍ତଲା ଅଞ୍ଚଳରେ ଗୁରୁଦିବସ ପାଳନ କରାଯାଇଛି । ଭାରତ ରତ୍ନ ଉପାଧିରେ ଭୂଷିତ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଯିଏକି ଭାରତୀୟ ସଂସ୍କୃତିର ସମ୍ବାହକ, ଶିକ୍ଷାବିତ ଓ ରାଜନେତା ଥିଲେ, ଆଜିର ଦିନରେ ୫.୦୯.୧୮୮୮ରେ ଜନ୍ମଗ୍ରହଣ କରିଥିଲେ । ଭାରତ ମାତାଙ୍କ ସେହି ସନ୍ତାନଙ୍କ ଜୟନ୍ତୀ ଉପଲକ୍ଷେ ଦେଶ ଓ ସମାଜ ପ୍ରତି ତାଙ୍କର ଅବଦାନକୁ ଆଜି ଆମେ ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥାଉ ଏବଂ ଗୁରୁଦିବସ ପାଳନ କରିଥାଉ । ଏହି ଅବସରରେ ଆଜି ସଇଁନ୍ତଲା ବ୍ଳକ ଅନ୍ତର୍ଗତ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜଳିଆଦର୍ହ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ସଭାପତି ମହେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ ବୈଦ୍ୟନାଥ ଦେହୁରୀ ଓ ସହକାରୀ ଶିକ୍ଷକ ପ୍ରବୀର ଚନ୍ଦ୍ର ମେହେରଙ୍କ ଉପସ୍ଥିତିରେ ଗୁରୁ ଦିବସ ପାଳିତ ହୋଇଯାଇଛି । ସୂଚନା ଅନୁସାରେ ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଗୁରୁ ଦିବସ ପାଳନ କରାଯାଏ । କିନ୍ତୁ ଏବର୍ଷ କରୋନା ମହାମାରୀ ରୂପ ନେଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ସାମାଜିକ ଦୁରତ୍ଵ ରକ୍ଷା କରିବା ସହ ଗୁରୁ ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.