ସୁଧାକର ନାୟକ ହେଲେ ବଲାଙ୍ଗିର ଉପଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସଦାଚରଣ ଅଭିଯୋଗରେ ଗତକାଲି ସଂଜୟ ମିଶ୍ରଙ୍କ ନିଲମ୍ବନ ପରେ ଉପଜିଲ୍ଲାପାଳ ପଦବୀରେ ସୁଧାକର ନାୟକ, ଓଏଏସ୍‌, ଗ୍ରେଡ଼-ଏ (ଏସ୍‌ବି)ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ନାୟକ ପୂର୍ବରୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ସହାୟକ ସଚିବ (ଜିଏ. ଏଣ୍ଡ ପିଜି ବିଭାଗ) ଭାବେ ଅବସ୍ଥାପିତ ଥାଇ ପୁଣି ଏବେ ଗଂଜାମରେ କୋଭିଡ-୧୯ ଦାୟିତ୍ୱରେ ଥିଲେ । ତେବେ ତାଙ୍କ ବଲାଙ୍ଗିର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ସରକାରୀ ନୋଟିଫିକେସନ୍‌ରେ ଜଣାପଡ଼ିଛି ।

Leave A Reply

Your email address will not be published.