ls

ଶ୍ରମିକ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ : ୭ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ

2020

ଗଂଜାମ : ଗଂଜାମରୁ ସୁରଟ୍‌କୁ ଶ୍ରମିକ ନେଇ ଯାଉଥିବା ବସ୍‌ ଛତିଶଗଡ଼ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ବସ୍‌କୁ ଧକ୍କା ଦେଇଥିଲା ଏକ ଦ୍ରୁତଗାମୀ ଟ୍ରକ୍‌ ବୋଲି ସୂଚନାରୁ ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ୭ ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ଏବଂ ଅନେକ ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଛତିଶଗଡ଼ ରାୟପୁରର ଚେରିଖେଡ଼ି ଅଂଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ବସ୍‌ଟି । ବସ୍‌ରେ ପ୍ରାୟ ୫୦ ଜଣ ଶ୍ରମିକ ସୁରଟ୍‌ ଯାଉଥିବା ଖବରରେ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିବା ବେଳେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏବଂ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.