ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ବୃଦ୍ଧ ଦମ୍ପତ୍ତି

କଂଟାବାଂଜି, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଲକ ହିଆଁଲ ପଂଚାୟତ ଦାବିରି ଗ୍ରାମ ଦଲପଡାର ଦୁଇ ବୟସ୍କ ବୃଦ୍ଧବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ । ଦୀର୍ଘ ବର୍ଷ ଧରି ଆବେଦନ ପରେ ଆବେଦନ କରିଛନ୍ତି ଭତ୍ତା ପାଇବା ପାଇଁ । ହେଲେ ସବୁବେଳେ ତାଙ୍କ ଆବେଦନ ଫେଲ୍‌ ମାରିଛି । ପଡାର ଅନ୍ୟମାନଙ୍କୁ ସାମିଲ କରାଯାଇଛି, ହେଲେ ଆମ୍ଭ ଦୁଇ ବୃଦ୍ଧବୃଦ୍ଧା ଦମ୍ପତିଙ୍କୁ ସବୁବେଳେ ବଂଚିତ କରାଯାଉଛି ବୋଲି କହନ୍ତି ନକୁଳ ଭୁଏ (୭୩) ଓ ଧୀରାମଣି ଭୁଏ (୬୫) । ନକୁଳ ଭୁଏ ଓ ଧୀରାମଣି ଭୁଏ ଉଭୟେ ସ୍ୱାମୀସ୍ତ୍ରୀ ଏବଂ ତଫସିଲଭୁକ୍ତ ଜନଜାତି ସଂପ୍ରଦାୟର । ଉଭୟଙ୍କ ଭୋଟର ଓ ଆଧାର ପରିଚୟ କାର୍ଡ ଅନୁସାରେ ସରକାରଙ୍କ ନିୟମ ମୁତାବକ ବାର୍ଦ୍ଧକ୍ୟ ଭତା ମିଳିବା ଉଚିତ । କିନ୍ତୁ ବର୍ଷ ବର୍ଷ ଧରି ଦେଇଥିବା ଭତ୍ତା ଆବେଦନ ଆଜି ମଧ୍ୟ କାର୍ଯ୍ୟକାରୀ ହୋଇ ନାହିଁ । ଆମ୍ଭ ଦୁହି ଦମ୍ପତିଙ୍କୁ ଭତ୍ତା କେବେ ମିଳିବ ବୋଲି ପଚାରିଛନ୍ତି ନକୁଳ । ଏ ବାବଦରେ ସରପଂଚ ହିଆଁଲ ହରିସିଂ ପୋଢଙ୍କୁ ଯୋଗାଯୋଗ କରିବାରୁ ପୁର୍ନବାର ଆବେଦନ କରନ୍ତୁ ତାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.