pakka

ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

bbehera

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ୧୫ରୁ ୨୦ ରାଉଣ୍ଡ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଆଜି ଏସ୍‌ଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ କ୍ୟାମ୍ପ ଠାବ ହୋଇଥିଲା । ଯବାନଙ୍କୁ ଦେଖି ମାଓବାଦୀ ଗୁଳି ଚଳାଇଥିଲେ। ତେବେ ଯବାନଙ୍କ ପ୍ରତିଆକ୍ରମଣ ପରେ କ୍ୟାମ୍ପ ଛାଡ଼ି ପଳାଇଛନ୍ତି ପ୍ରାୟ ୧୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ । ଏହି କ୍ୟାମ୍ପରୁ ଉନ୍ନତମାନର ୭ଟି ଗ୍ରେନେଡ, ୩ଟି ଜିଲୋଟିନ, ବ୍ଲାଷ୍ଟିଂ ମେସିନ ସମେତ ଅନେକ ସାମଗ୍ରୀ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

8 + 16 =