pakka

ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ନୂତନ ପଞ୍ଚାୟତ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

bbehera

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବିବିନା ଠାରେ ନୂତନ ପଞ୍ଚାୟତ ଅଫିସ ଗୃହ ନିର୍ମିତ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦାନ କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷିରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ସଇଁତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀମତି ସାହୁଙ୍କ ସମେତ ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ କଲତା, ସମିତି ସଭ୍ୟା ମିନା ରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗୃହ ନିର୍ମାଣ ପାଇଁ ୩୫ ଲକ୍ଷ ଟଙ୍କା ଅନୁଦାନ ନିର୍ମିତ ହେବ ବୋଲି ବିଡିଓ ଶ୍ରୀ ନାଗ ସୂଚନା ଦେଇଥିଲେ । ଏହି ସମୟରେ ବରିଷ୍ଠ ବିଜେଡ଼ି ନେତା ସୁରେନ୍ଦ୍ର ସାହୁ, ନୋମିନି ଚନ୍ଦ୍ରବଦନ ପୁରୋହିତ, ରାଜକିଶୋର ଡାଙ୍ଗ, ଆଲୋକ ବୁଡ଼େକ, ଡୋଳାମଣି ଥପା, ସୁବାସ ବୁଡ଼େକ, ହେମନ୍ତ ସାହୁ, ଅଗିନ ସାହୁଙ୍କ ସମେତ ଗ୍ରାମବାସୀ ଓ ଦଳୀୟ କର୍ମୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × three =

error: Content is protected !!