pakka

ଆର୍‌ଟିଓ ଅଫିସ ଛକ ହିଟ୍‌ ଆଣ୍ଡ ରନ୍‌ ଘଟଣା : ଚିତ୍ତ ମହାନ୍ତିଙ୍କ ଜାମିନ ନାମଞ୍ଜୁର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍‌ଟିଓ ଅଫିସ ଛକ ହିଟ୍‌ ଏଣ୍ଡ ରନ୍‌ ଘଟଣାର ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କ ଜାମିନ ଖାରଜ ହୋଇଛି । ପୂର୍ବରୁ ବଲାଙ୍ଗିର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଖାରଜ ହେବା ପରେ ଜିଲ୍ଲା ସେସନ୍ସ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା । ବିଭିନ୍ନ କାରଣରୁ ଜାମିନ ଶୁଣାଣି କରି ଏହାକୁ ଖାରଜ କରି ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଗତ ୨୧ ତାରିଖ ମଧ୍ୟାହ୍ନରେ ଆର୍‌ଟିଓ ଅଫିସ ଛକଠାରେ ଏକ ସିରିଜ ଦୁର୍ଘଟଣା ଘଟିଥିଲା । ଟିଟିଲାଗଡ ପଟରୁ ଆସୁଥିବା ଏକ ମିନିଟ୍ରକ୍‌ ସିରିଜ ଦୁର୍ଘଟଣା ଘଟାଇଥିଲା । ଏଥିରେ ପେଲେସ ଲାଇନ୍‌ର ସୋନୁ ନାଏକ ଆହତ ହୋଇଥିବା ବେଳେ ତାଙ୍କ ସହିତ ଥିବା ଶ୍ରୀକାନ୍ତ ବାଗ୍‌ଙ୍କ ମୃତ୍ୟୁ ହୋଇଥିଲା । ତଦନ୍ତ ବେଳେ ଏହା ଏକ ହତ୍ୟା ଷଡଯନ୍ତ୍ର ବୋଲି ସ୍ପଷ୍ଟ ହେବାରୁ ଚିତ୍ତ ମହାନ୍ତିଙ୍କୁ ଗିରଫ କରାଯାଇଥିଲା । ସେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

jay balangir
Leave A Reply

Your email address will not be published.

16 − one =

error: Content is protected !!