pakka

୮୯୦ ବୋତଲ କଫସିରପ ଜବତ ସହ ଜଣେ ଗିରଫ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କଫସିରପ କାରବାର । ବରଗଡ଼ ଅବକାରୀ ବିଭାଗକୁ ବଡ଼ ସଫଳତା । ସୋହେଲା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଗର୍ଭଣା ଗ୍ରାମର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଘରେ ଚଢ଼ାଉ କରିଥିବା ଜଣାପଡିଛି । ଏହି ସମୟରେ ୮୯୦ ବୋତଲ କଫସିରପ ଜବତ ହୋଇଛି। ଏହା ସହ ଶରତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ଜବତ ହୋଇଥିବା କଫସିରପର ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ବରଗଡ଼ ଅବକାରୀ ଥାନା ଅଧିକାରୀ ରଶ୍ମିତା ଲେକ୍ରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five × 3 =