pakka

ଥାନା ପରିସରରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

bbehera

ସାଲେପୁର : କଟକ କିଶନ ନଗର ଅଞ୍ଚଳରେ ଥାନା ଆଗରେ ନିଜ ଦେହରେ ପେଟ୍ରୋଲ ଢ଼ାଲି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଜଳିଗଲା ଶରୀର ପ୍ରାୟ ୯୦ ପ୍ରତିଶତ ଅଂଶ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟ ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟଲୋକ । ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି ଯୁବକ । ଆତ୍ମହତ୍ୟା ଉଦ୍ୟମ ଜଣକ ଗୁଣନିଧି ବିଷୋଇ ବୋଲି ଜଣାପଡିଛି । ତେବେ କେଉଁ କାରଣରୁ ଯୁବକ ଦେହରେ ନିଆଁ ଲଗାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ପୋଲିସ ମାମଲା ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ମୁତାବିକ, ସକାଳେ ଜଣେ ଯୁବକ କିଶନ ଥାନା​‌ ପରିସର ଭିତରକୁ ପଶି ଆସିଥିଲେ । କିଏ କିଛି ଜାଣିବା ପୂର୍ବରୁ ହଠାତ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଦେଖୁ ଦେଖୁ ଶରୀରର ୯୦ ପ୍ରତିଶତ ଅଂଶ ପୋଡି ହୋଇଯାଇଥିଲେ । ପାଖରେ ଥିବା ପୋଲିସ ଓ କିଛି ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ପୋଡି ହୋଇଥିବା ସ୍ଥାନରୁ ଏକ ବ୍ୟାଗ ଓ ମନିପର୍ସ ଉଦ୍ଧାର କରିଛି ପୋଲିସ । ଏନେଇ ପୋଲସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.

five × three =