ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍ ତହଁକ୍ ପୁହୁଁଚିଲା ଘର୍ କେ ଘର୍

csstore

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : କୋଶଲୀ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ ତହଁକ କୁଟୁମ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ରହିଥାଏ । କୋଶଲୀ ଭାଷା ସାହିତ୍ୟକୁ ଛୋଟଛୁଆମାନଙ୍କ ପାଖରୁ ନେଇ ଗ୍ରାମାଞ୍ଚଳକୁ ଯାଇ ସାଧାରଣ ଜନତାଙ୍କ ପାଖରେ ଆମ ଅଞ୍ଚଳର ସାହିତ୍ୟ, କଳା, ଲୋକଗୀତ ଏବଂ ଇତିହାସକୁ ନେଇ ” ସ୍କୁଲ ନୁ କଲେଜ୍ ଗାଁ ନୁ ସହର୍’ ତହଁକ୍ ପୁହୁଁଚିଲା ଘର୍ କେ ଘର୍ ” କାର୍ଯ୍ୟକ୍ରମ କରିଆସୁଛି । ଆଜି ବଲାଙ୍ଗିର ସହରର ରୋଜାଲିଆ ନର୍ସିଂ ଏକାଡେମୀଠାରେ ତହଁକ୍ କୁଟୁମ୍ ପକ୍ଷରୁ ନର୍ସିଂ ଛାତ୍ରଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ, ପୁଇନ୍ତଲା ବ୍ଲକ ସମ୍ପାଦକ ମିଲନ କୁମାର ପଣ୍ଡା ଏବଂ ମୁରିବାହାଲ ବ୍ଲକ ସମ୍ପାଦକ ଭରତ ମେହେର ପ୍ରମୁଖ ଯୋଗଦେଇ ସଚେତନତା କବିତା, ଗିତି କବିତା ଏବଂ ହାସ୍ୟ କବିତା ବୋଲି ଯୁବ ସମାଜକୁ ବାର୍ତ୍ତା ଦେଇଥିଲେ । କେବଳ ଇଂରାଜୀ ଏବଂ ହିନ୍ଦୀ ମୟ ପରିବେଶରେ ଆମେ ହଜିନଯାଇ କେମିତି ଆମ ଶବ୍ଦ ଏବଂ ଆମ ଭାଷାକୁ ବଞ୍ଚାଇ ରଖିବା ସେ ଉପରେ ଆମକୁ ଧ୍ୟାନ ଦେବାକୁ ହେବ ବୋଲି କବିଗଣ ଉଦବୋଧନ ଦେଇଥିଲେ । ଏହି ଅବସରରେ ଏକାଡେମୀର ଅଧ୍ୟକ୍ଷା ଅରୁଣା ଟପ୍ପୋ, ଏଓ ଅଲକାନନ୍ଦ ବଗର୍ତ୍ତୀ, ଦେବବ୍ରତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏକାଡେମୀର ଛାତ୍ରୀ ଶର୍ମିଷ୍ଠା ନାଗ ଏକ ସୁନ୍ଦର କବିତା କହିଥିବାରୁ ତହଁକ୍ କୁଟୁମ୍ ପକ୍ଷରୁ ତାଙ୍କୁ ଏକ ଉପହାର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଏପରି ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ କରିବାପାଇଁ ଏକାଡେମୀ ପକ୍ଷରୁ ଅନୁରୋଧ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଏ ଓ ଅଳକାନନ୍ଦ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.