jsm

ଆଶା କର୍ମୀ ସଂଘ ତରଫରୁ ଜିଲ୍ଲାପାଳ ଅଫିସ ଘେରାଓ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା ତରଫରୁ ୧୨ ଦଫା ସମ୍ବଳିତ ଦାବୀ ନେଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଆଶାକର୍ମୀ ଗାନ୍ଧିନଗରପଡା ଛକଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କଲାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସ୍ଥଳରେ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱ ସଭାରେ ଏଆଇଟିୟୁସି ରାଜ୍ୟ ସାଧାରଣ ସଂପାଦକ ତଥା ସଂଘର ରାଜ୍ୟ ସଭାପତି ବିଜୟ ଜେନା, ସଂଘର ସାଧାରଣ ସଂପାଦିକା ନମିତା ସାହୁ, ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର ପ୍ରମୁଖ ବକ୍ତବ୍ୟ ଦେଇ ଆଶାକର୍ମୀଙ୍କ ୧୨ ଦଫା ଦାବୀ ପୁରଣ କରିବା ପାଇଁ ଆହ୍ୱାନ ଦେବା ସହ ଆଗାମୀ ମାର୍ଚ୍ଚ ୧୫ ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ଧାରଣା ଏବଂ ୨୮ ମାର୍ଚ୍ଚ ପାର୍ଲିଆମେଣ୍ଟ ଘେରାଓ ସଫଳ କରିବା ସହ ବହୁ ସଂଖ୍ୟାରେ ଆଶାକର୍ମୀ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଆଶାକର୍ମୀଙ୍କ ବିଭିନ୍ନ ଦାବୀ ଯଥା ମାସିକ ସୁନିଶ୍ଚିତ ଭତ୍ତା ପରିବର୍ତ୍ତେ ମାସିକ ଭତ୍ତା ଧାର୍ଯ୍ୟ, ସର୍ବନିମ୍ନ ମାସିକ ଭତ୍ତା ୨୬ହଜାର ଟଙ୍କା ପ୍ରଦାନ, ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ୱାର୍କର ମାନ୍ୟତା, ଅବ୍ୟାହତି ସମୟ ସୀମା ୬୨ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି, ଗ୍ରାମାଞ୍ଚଳର ଜନନୀ ସୁରକ୍ଷା ଓ ଅନ୍ୟାନ୍ୟ ଦେୟ ପ୍ରଦାନ ପରି ସହରାଞ୍ଚଳ ଆଶାକର୍ମୀଙ୍କୁ ପ୍ରଦାନ ସମେତ ୧୨ ଦଫା ସମ୍ମଳିତ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ଧାରଣାରେ ଜିଲ୍ଲା ସଂପାଦିକା ଓମୀ ଗୁପ୍ତା, ଜିଲ୍ଲା ନେତ୍ରୀ ସରସ୍ୱତୀ ଶର୍ମା, ଆନନ୍ଦିନୀ ବିଶ୍ୱାଲ, ମମତା କଚ୍ଛପ, ଯଶୋବନ୍ତୀ ବେହେରା, ବୃନ୍ଦାବତୀ ସରାଫ, ମାଧବୀ ବେହେରା, ମମତା ବାଗ, ପୁଷ୍ପା ଦୀପ, ସଂଜୁ ବାଗ, ପ୍ରଭାସିନୀ ରାୟ, ତୁଳସୀ ପ୍ରଧାନ, ପ୍ରେମଲତା ରଣା, ଅନୁପମା ସାଏ, ଯଶୋବନ୍ତୀ ମେହେର, ମନ୍ଦନା ନାଏକ, ପ୍ରେମ ମଞ୍ଜରୀ ମହାନନ୍ଦ, ଅହଲ୍ୟା ନାଗ, ତରୁଣୀ ନାଗ, ଉଜୁଲି ମେହେର, ସିରିପ୍ରିୟା କୁମ୍ଭାର, କଲ୍ୟାଣୀ ସାହୁ, ମଳୟ ବିଶ୍ୱାଲ, ସରସ୍ୱତୀ ସାହୁ, ସୁମତି ପଟେଲ, ସୁଶାନ୍ତି ବଗର୍ତ୍ତି, ଅଞ୍ଜଳି କୁମ୍ଭାର, ଚିନ୍ମୟୀ ଦାସ, ଜୁଲି କେନଡ, ପୂର୍ଣ୍ଣମାସୀ ବଗର୍ତ୍ତି, ସୌଦାମିନୀ ବଗର୍ତ୍ତି, ସରିତା ମାହାର, ମାଲତି ମଲ୍ଲିକ, ବାସମତୀ ବାଗ, ତପିସା ନାଗ, ଉର୍ବସୀ ମେହେର, ସନ୍ତୋଷିନୀ ନାଗ, ସନ୍ତୋଷିନୀ ଦୀପ, ଭୂମିସୁତା ବେହେରା, ନଳିନୀ ସାହୁ, ସତ୍ୟଭାମା ହଂସ, ଭାନୁମତି ଧରୁଆ, ସଂଯୁକ୍ତା ରାଏ, ମଥୁରା କାଲସାଏ, ସୁରଦିନୀ ପଧାନ, ମାଳତି ମଲ୍ଲିକ, ଉର୍ବସୀ ସାହୁ, ଦୁର୍ଯ୍ୟୋଧନ ବିଶ୍ୱାଲ, ସାଏବୁ ନନ୍ଦ, ଆଲୋକ ବିଶ୍ୱାଲ, ପଞ୍ଚାନନ ସାହୁ, ଦେବାଶିଷ ବାବୁ, ଜ୍ୟୋସ୍ନାମୟୀ ଷଡଙ୍ଗି ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

yuvodaya
Leave A Reply

Your email address will not be published.