ଦେବୀ ରାମାୟଣାମ୍ମାଙ୍କ ପ୍ରଥମ ସନ୍ଧ୍ୟାର ଘଟଯାତ୍ରା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ପ୍ରଥମ ସନ୍ଧ୍ୟାର ଘଟଯାତ୍ରା ସମାହିତ ହୋଇଯାଇଛି । ଛତ୍ରପୁର ମେନ୍‌ରୋଡ଼ ସ୍ଥିତ ରିକାପଲ୍ଲୀ ଅଭିମୁଖେ ମା’ଙ୍କର ଆଗମନ ହୋଇଛି । ଛତ୍ରପୁର ମେନ୍‌ରୋଡ଼ ସ୍ଥିତ ଅଧୁନା ଷ୍ଟାଇଲ ବଜାର ସାମ୍ନାରେ ତତ୍କାଳୀନ ଜଣେ ବିଖ୍ୟାତ ବ୍ୟବସାୟୀ ସ୍ୱର୍ଗୀୟ ଡବ୍ଲୁ. କାମରାଜୁ ଅବସ୍ଥାନ କରୁଥିଲେ । ସେ ମା’ଙ୍କର ଅତିପ୍ରିୟ ଭକ୍ତ ଥିଲେ । ଏହି ସେହି ସମୟରେ ଠାକୁରାଣୀ ଯାତ୍ରାର ପ୍ରାରମ୍ଭରେ ସେହି ବ୍ୟକ୍ତି ମୁଖ୍ୟ-ପୃଷ୍ଠପୋଷକ ଥିଲେ । ତାଙ୍କରି ସ୍ମୃତିରେ ପ୍ରତିବର୍ଷ ପ୍ରଥମ ଦିବସରେ ତାଙ୍କରି ବାସଭବନକୁ ମା’ଙ୍କର ଆଗମନ ହୋଇଥାଏ । ସେହି ପ୍ରଥାନୁସାରେ ବୁଧବାର ସନ୍ଧ୍ୟାରେ ଡବ୍ଲୁ. କାମରାଜୁଙ୍କ ଉତ୍ତରଦାୟୀ ପରିବାର ଉପସ୍ଥିତ ହୋଇ ଦେବୀଙ୍କ ଭୋଗ-ରାଗ ଓ ବନ୍ଦାପନା ବ୍ୟବସ୍ଥାପନା କରିଥିଲେ । ସେଠାରେ ମାଆ ସାନ୍ତାଆଣୀ ରାଜଭୋଗ ଖାଇ ଦେବୀ ସେଠାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଦେବୀଙ୍କ ଘଟଯାତ୍ରା ଖୁବ୍ ଉତ୍ସବ ମୁଖର ହୋଇ ଉଠିଥାଏ । ବୁଧବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ଦେବୀଙ୍କ ଘଟ ଯାତ୍ରାରେ ଅଗଣିତ ଭକ୍ତ ଦେବୀ ଦଶଭୁଜା ମହାମାୟୀଙ୍କ ଅପରୂପ ସୌନ୍ଦର୍ଯ୍ୟ ବେଶ ଦେଖି ଦର୍ଶକ ବିମୋହିତ ହୋଇଥିଲେ ।

Leave A Reply

Your email address will not be published.