jayashree

ଗୌରୀ ଶଙ୍କର ମନ୍ଦିର ଅଭିମୁଖେ ଠାକୁରାଣୀଙ୍କ ଘଟଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ସନ୍ଧ୍ୟାରେ ଗୌରୀ ଶଙ୍କର ମନ୍ଦିର ଅଭିମୁଖେ ଠାକୁରାଣୀଙ୍କ ଘଟଯାତ୍ରା ଆଗମନ ହୋଇଥିଲା । ଠାକୁରାଣୀଙ୍କ ଘଟଯାତ୍ରାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ବନ୍ଧୁ ପରିଜନ ମାନଙ୍କ ସହିତ ଘର ଦ୍ୱାର ଆଗରେ ଦେବୀଙ୍କ ଭୋଗ ଅର୍ପଣ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଏହି ଦିନ ଗୌର ପ୍ରାସାଦ ମାହାପାତ୍ର ଓ କୀର୍ତ୍ତି ମହାପାତ୍ରଙ୍କ ପରିବାରବର୍ଗଙ୍କ ପୃଷ୍ଠପୋଷକତାରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପରିବାର ଲୋକେ ସାମୂହିକ ଭାବେ ଦେବୀଙ୍କର ପୂଜାର୍ଚ୍ଚନା କରି ଆଶୀର୍ବାଦ, ବିଭୂକୃପା ଲାଭ ସହ ପୂଣ୍ୟ ଅର୍ଜନ କରିଥିଲେ । ବର୍ଣ୍ଣାଢ୍ୟ ଉତ୍ସବରେ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଉକ୍ତଦିନ ଆଡ଼ପ ମଣ୍ଡପ ଠାରୁ ମଝି ବଜାର, ରିକାପଲ୍ଲୀ ଛକ ଦେଇ ବାରାକସାହି, ନାନେୟାପେଟ୍ଟା ହୋଇ ଗୌରୀ ଶଙ୍କର ମନ୍ଦିରସ୍ଥ ସିଦ୍ଧ ବୀରହନୁମାନ ବିଗ୍ରହ ସମ୍ମୁଖରେ ପହଞ୍ଚିଥିଲେ । ଉକ୍ତ ଦିନର ଠାକୁରାଣୀଙ୍କ ଘଟଯାତ୍ରା ନିଆରା ପୂର୍ଣ୍ଣ ଭକ୍ତିମୟ ପରିବେଶରେ ଉକ୍ତ ନଗରବାସୀଙ୍କୁ ଭକ୍ତି ଭାବାବେଗରେ ଆହ୍ଲାଦିତ କରିଦେଇଛି ।

Leave A Reply

Your email address will not be published.