ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁ ବାଟିକା ବିଭାଗର ନୂତନ ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡିଶା ବିଦ୍ୱତ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ହିନ୍ଦୁ ଘରର ସଂକଳ୍ପନା ବିଷୟରେ ଉପସ୍ଥିତ ମାତା ପିତାମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଂକୁଳ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ । ଗୁରୁଜୀ ଗୁରୁମାଙ୍କ ଦ୍ୱାରା ପ୍ରାୟୋଗିକ କାଳାଂଶରେ ପୋପେଟ ସୋ କରାଯାଇଥିଲା । ଶେଷରେ ସଭାପତି ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୨ ଜଣ ନୂତନ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

fourteen + twenty =