om academy

ପାଟଣାଗଡ ନକଟାସର ଗ୍ରାମରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସଂସ୍କାର ଅନୁଷ୍ଠିତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅନ୍ତର୍ଗତ ନକଟାସର ଗ୍ରାମରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଗତ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପରିଭ୍ରାଜକ ମୀନ କେତନ ପାତ୍ର, ସହଯୋଗୀ ବିଜୟ ପଧାନ ତଥା ବ୍ରହ୍ମବାଦିନୀ ମହିଳା ଟ୍ରଲି ସହିତ ଆସି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଗ୍ରାମର ଚାନ୍ଦମଣି ବେହେର, ଲଳିତ ମେହେର, ଅକ୍ଷୟ ଭୁଏ, ଶାନ୍ତନୁ ଭୁଏ, ଜୟକିଶନ ସେଠ, କ୍ଷମାନିଧି ପଟେଲ, ଦେବରାଜ ମେହେର ତଥା ଯୁବ ବର୍ଗର ଭାଇ ଭଉଣୀମାନଙ୍କର ସକ୍ରିୟ ସହଯୋଗରେ ଅନୁଷ୍ଠାନ ସଫଳ ହୋଇଥିଲା । ପାଟଣାଗଡ ଗାୟତ୍ରି ପରିବାରର ମୁରଲିଧର ମେହେର, ସୂର୍ଯ୍ୟ ପାତ୍ର, ଦିବାକର ବିଶ୍ୱାଲ ତଥା ବଲାଙ୍ଗିର ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ର କାର୍ଯ୍ୟକ୍ରମ ସଫଳ ଦିଗରେ ସଫଳ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୦ ଜଣ ଦିକ୍ଷା ସଂସ୍କାର, ଜଣେ ମୁଣ୍ଡନ, ତିନି ଜଣଙ୍କର ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟ ସମାପନ ହୋଇଥିଲା । ପ୍ରତ୍ୟହ ସନ୍ଧ୍ୟାରେ ଦୀପ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.