pakka

ସଂଗ୍ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ୟାବିନେଟ୍ ଗଠିତ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ତାଳସରଡା କ୍ଲଷ୍ଟର ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଜିତ୍‌ କୁମାର ମେଣ୍ଡିଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ କ୍ୟାବିନେଟ୍ ଗଠିତ ହୋଇଯାଇଛି । ଏହି ବିଦ୍ୟାଳୟ କ୍ୟାବିନେଟ୍ ଗଠନ ସମ୍ପୂର୍ଣ୍ଣ ଗଣତନ୍ତ୍ରିକ ପଦ୍ଧତିରେ କରାଯାଇଥିଲା । ପ୍ରଥମେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ କ୍ୟାବିନେଟ୍ ଗଠନର ଉଦ୍ଦେଶ୍ୟ ସମ୍ଵନ୍ଧରେ ଅବଗତ କରାଇଥିଲେ । ବିଦ୍ୟାଳୟରେ ଅଧ୍ୟୟନରତ ୨୫୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଭିନ୍ନ ବିଭାଗରେ ୮ ଜଣ ଛାତ୍ରଛାତ୍ରୀ ନିର୍ବାଚିତ ହୋଇଥିଲେ । ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଶ୍ମିରଂଜନ ଡାଙ୍ଗ ଓ ପ୍ରସନ୍ନ ପ୍ରଧାନ ପରିଚାଳନା କରିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ନବନିର୍ବାଚିତ ବିଦ୍ୟାଳୟ କ୍ୟାବିନେଟ୍‌ର ସଦସ୍ୟମାନଙ୍କୁ ଶିକ୍ଷୟିତ୍ରୀ ପୁଷ୍ମିତା ସାହୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ । ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଦୁଃଶାସନ ସେଠୀ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ସତ୍ୟପାଠ କରାଇଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

5 × three =