ହାଇକୋର୍ଟ ବିଚାରପତିଙ୍କ ବ୍ରହ୍ମପୁର ଗସ୍ତ : କୋର୍ଟର ସୁରକ୍ଷା ଅନୁଧ୍ୟାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ହାଇକୋର୍ଟ ବିଚାରପତି ତଥା ଗଞ୍ଜାମ ପ୍ରୋଟକଲ ଜଜ ଡ.ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଶନିବାର ବ୍ରହ୍ମପୁର ଗସ୍ତରେ ଆସିଛନ୍ତି । ସେ ଏହି ଅବସରରେ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟ ପରିସରରେ ସ୍ଥାପନ ହୋଇଥିବା ବ୍ୟାଙ୍କ ଏଟିଏମ୍‌ ଏବଂ ଚଲାପଥ କରିଡରକୁ ଉଦ୍‌ଘାଟନ୍‌ କରିଥିଲେ । ପରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଯାଇ ସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଗୋଟିଏ ସପ୍ତାହରେ କୋର୍ଟ ପରିସରରେ ଦୁଇ ଦୁଇଟି ଅଘଟଣକୁ ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.

18 − 15 =