pakka

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବରଗଡ଼ ଗସ୍ତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ବରଗଡ଼ ଜିଲ୍ଲାରେ ନିର୍ମାଣାଧିନ ଗଙ୍ଗାଧର ମେହେର ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ । ହୀରାକୁଦ ବନ୍ଧ ଜିରୋ ପଏଣ୍ଟ ସିକିରଡିହି ଗ୍ରାମ ନିକଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ସହ କଟାପାଲି ମେଗା ପାଇପ ଲାଇନ ପାଇଁ ଇନଟେକ ଓ୍ବେଲ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ସେହିପର ବରଗଡ଼ ଜିଲ୍ଲା ପ୍ରଶାସନ ସହ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଘରକୁ ପିଇବା ପାଣି ଯୋଗାଇ ଦିଆଯିବ । ଏଥିପାଇଁ ୫୦୮.୭୫ କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ଉକ୍ତ ପାନୀୟ ଜଳ ଜିଲ୍ଲାର ବରଗଡ଼, ଅତାବିରା, ଗାଇସିଲେଟ ଏବଂ ବରପାଲି ବ୍ଲକର ଗୋଟିଏ ପଞ୍ଚାୟତର ୩୪୯ଗ୍ରାମର ୫୮୬୭୦୫ ପରିବାରଙ୍କୁ ପାନୀୟଜଳ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପକୁ ଏଲ୍‌ଏଣ୍ଡ ଟି କଂପାନୀ ନିର୍ମାଣ କରୁଥିବା ସମୟରେ ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.

20 − 12 =