pakka

ଗଜବାହାଲ କ୍ଷୀରମଣି ସେଠ ହତ୍ୟା ମାମଲାରେ ୩ ଗିରଫ : ଅନୈତିକ ସଂପର୍କ ହତ୍ୟାର କାରଣ

bbehera

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ(୩୮)ଙ୍କ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୋଲିସ । ଏଇ ଘଟଣାରେ ପୋଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମତେ ଗଜବାହାଲ ଗ୍ରାମର କାର୍ତ୍ତିକ ସେଠଙ୍କ ପୁଅ କ୍ଷୀରମଣି ସେଠଙ୍କ ମୃତଦେହ ସେହି ଗ୍ରାମର ଇନ୍ଦ୍ରା କଲୋନୀପଡାର ଏକ ଇଟା ଭାଟି ନିକଟରେ ପଡିଥିଲା । ଏ ମୃତଦେହକୁ ଗତ ୯ ତାରିଖ ଦିନ ପୋଲିସ ଉଦ୍ଧାର କରିଥିବା ବେଳେ ମୃତକଙ୍କ ସ୍ତ୍ରୀ ସୁବାସିନୀ ସେଠ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ଲିଖିତ ଅଭିଯୋଗ କରିବା ସହ ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ପରିବାରକୁ ଦାୟୀ କରିଥିଲେ । ଏହି ଘଟଣାର ତଦନ୍ତକାରୀ ଅଫିସର ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇ ତିନି ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଇନ୍ଦିରା କଲୋନୀପଡାର ବାବୁଲାଲ ବିଭାର(୫୫), ତାଙ୍କ ଝିଅ ନଳିନୀ ବିଭାର ଓ ଜ୍ୱାଇଁ ଡୁଲେଶ୍ୱର ବେଶ୍ରା ବୋଲି ଜଣାପଡିଛି । ମୃତକ କ୍ଷୀରମଣି ସହ ନଳିନୀର ଅନୈତିକ ସମ୍ପର୍କ ରହିଥିଲା । ନଳିନୀ ବିବାହିତ ହୋଇଥିଲେ ମଧ୍ୟ ସ୍ୱାମୀ ସହ ମତାନ୍ତର ହୋଇ ବାପ ଘରେ ରହୁଥିଲେ । ଘଟଣା ଦିନ ଏହି ଦୁଇଜଣ ଅସଂଯତ ଅବସ୍ଥାରେ ଥିବା ଦେଖି ନଳିନୀର ବାପା ବାବୁଲାଲ କ୍ଷୀରମଣିଙ୍କ ଯୌନାଙ୍ଗରେ ଲାତ ବିଧା ମାରି ହତ୍ୟା କରିଥିଲେ । ତେବେ କ୍ଷୀରାମଣିର ମୃତ୍ୟୁ ପରେ ତାଙ୍କ ଶବକୁ ଘରେ ଲୁଚାଇ ରାତିରେ ବାହାରେ ଫିଙ୍ଗିଥିଲେ । ଏଥିରେ ନଳିନୀ ଓ ତାଙ୍କ ଅନ୍ୟ ଏକ ଜ୍ୱାଇଁ ଡୁଲେଶ୍ୱର ସହଯୋଗ କରିଥିଲେ । ତେଣୁ ହତ୍ୟାକାରୀ ବାବୁଲାଲ ସହ ସହଯୋଗୀ ନଳିନୀ ଓ ଡୁଲେଶ୍ୱରକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏହି ତଦନ୍ତରେ ରିଷିଡା ଫାଣ୍ଡିଧିକାରୀ କ୍ଷୀରସିନ୍ଧୁ ମାଝୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

4 × four =