୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକଅପ ଭ୍ୟାନ୍‌ ଜବତ

କୋରାପୁଟ : ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ପିକଅପ ଭ୍ୟାନ୍‌ ଜବତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମାଛକୁଣ୍ଡ ବିଏସଏଫ ଓ କୋରାପୁଟ ପୁଲିସର ଗାଡି ଯାଞ୍ଚ ସମୟରେ ଆଜି ଏକ ପିକଅପ ଭ୍ୟାନରୁ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା କୁହା ଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଇଥିବା ବେଳେ ପୁଲିସ ଯାଞ୍ଚ ସମୟରେ ହନୁମାନ ଗାଁ ନିକଟରେ ଗାଡି ଛାଡ଼ି ଉକ୍ତ ପିକଅପ ଭ୍ୟାନର ଚାଳକ ସମେତ ଅନ୍ୟମାନେ ଫେରାର ହୋଇଯାଇଥିବା କୁହାଯାଇଛି । ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.