ବସ୍‌ ଭଡ଼ା ପ୍ରସଂଗ : ଅଧିକ ଭଡ଼ା ନେଇ ପାରିବେନି, ନେଲେ ବାତିଲ ହେବ ପରମିଟ

କଟକ : ଅନେକ ସମୟରେ ବସ ଭିତରେ ଯାତ୍ରୀ ଲୁଟର ଶିକାର ହେଉଛନ୍ତି । କରୋନା ପାଇଁ ବସ୍‌ ଭଡ଼ା ବଢ଼ିଥିବା କହି ଯାତ୍ରୀଙ୍କୁ ଲୁଟୁଛନ୍ତି ବସ କଣ୍ଡକ୍ଟରମାନେ । ଏଭଳି ଅଭିଯୋଗ ପରିବହନ କମିସନରଙ୍କ ନିକଟକୁ ଆସିବା ପରେ ରାଉରକେଲାରେ ଦୁଇଟି ବସ୍‌କୁ ଅଧିକ ଭଡ଼ା ଆଦାୟ ଅଭିଯୋଗରେ ଜବତ କରାଯାଇଛି । ଗଲା ଜୁଲାଇ ୧ ତାରିଖରେ ଯେଉଁ ବସ ଭଡ଼ା ରାଜ୍ୟ ସରକାର ସ୍ଥିର କରିଥିଲେ, ସେଥିରେ କୌଣସି ପ୍ରକାର ପରିବର୍ତ୍ତନ ଆଜି ସୁଦ୍ଧା ହୋଇନଥିବା ସ୍ପଷ୍ଟ କରିଛି ପରିବହନ କମିସନଙ୍କ କାର୍ୟ୍ୟାଳୟ । ଏ ସଂକ୍ରାନ୍ତରେ ଏକ ନୋଟିସ ହୋଇଥିବା ବେଳେ ଅଧିକ ଭଡ଼ା ନେଲେ ବସର ପରମିଟ ବାତିଲ କରାଯିବାକୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.