ଶତ୍ରୁ ସାବଧାନ ! ଆଜି ଆଉ ୩ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି । ବାସ୍ତବରେ ଆଜି ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି । ଆଜି ସନ୍ଧ୍ୟା ସୁଦ୍ଧା ଏହି ବିମାନ ଭାରତରେ ପହଞ୍ଚିବ । ଏହା ସହିତ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ଏବଂ ଯୁଦ୍ଧକ୍ଷେତ୍ରରେ ଦବ୍‌ଦବା ଦେଖାଇବା ପାଇଁ କ୍ଷମତା ବଢ଼ିବ ।

ମିଳିଥିବା ସୂଚନା ଅନୁଯାୟୀ, ଏହି ତିନିଟି ରାଫେଲ ବିମାନ ଫ୍ରାନ୍ସରୁ ଉଡ଼ିବା ପରେ ନନ୍-ଷ୍ଟପ୍ ରେ ଭାରତ ପହଞ୍ଚିବ । ସୂଚନାନୁସାରେ, ଏହି ତିନିଟି ରାଫେଲ ବିମାନ ଫ୍ରାନ୍ସର ଏୟାରବେସରୁ ଉଡ଼ାଣ ନେବା ପରେ ଗୁଜୁରାଟର ଜାମନଗରରେ ସିଧାସଳଖ ଅବତରଣ କରିବ । ଏତେ ଲମ୍ବା ବିମାନ ଉଡ଼ାଣ ସମୟରେ ଫ୍ରାନ୍ସର ବାୟୁସେନା ମଧ୍ୟ ସେମାନଙ୍କ ସହିତ ଏକ ଏୟାର ରିଫିଲିଂ ବିମାନ ରହିବ ।

Leave A Reply

Your email address will not be published.