ଆଇପିଏଲ ଟ୍ରଫି ପାଇଁ ପ୍ଲେ ଅଫରେ ଲଢ଼ିବେ ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ସହ ହାଇଦ୍ରାବାଦ : ୫ରେ କ୍ଵାଲିଫାୟର ୧, ୭ରେ ଏଲିମିନେଟର , ୮ରେ କ୍ୱାଲିଫାୟର ୨ ଓ ୧୦ରେ ଫାଇନାଲ

ଦୁବାଇ : ଚଳିତ ଆଇପିଏଲ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ମଙ୍ଗଳବାର ପଏଣ୍ଟ ତାଲିକାର ଶୀର୍ଷରେ ଥିବା ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୦ ୱିକେଟରେ ପରାସ୍ତ କରି ସନ୍‌ରାଇଜର୍ସ ହାଇଦ୍ରାବାଦ ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି। ପୂର୍ବରୁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ଏହି ପର୍ୟ୍ୟାୟରେ ପହଞ୍ଚିଯାଇଥିଲା ବେଳେ ଚତୁର୍ଥ ସ୍ଥାନ ପାଇଁ ଆଶାୟୀ କୋଲ୍‌କାତା ନାଇଟ୍‌ ରାଇଡର୍ସ (-୦.୨୧୪)କୁ ମଙ୍ଗଳବାର ହାଇଦ୍ରାବାଦ (୦.୬୦୮) ଉନ୍ନତ ନେଟ୍‌ ରନ୍‌ ରେଟ୍‌ରେ ପଛରେ ପକାଇ ଦେଇଥିଲା। ଉଭୟ ହାଇଦ୍ରାବାଦ ଓ କୋଲ୍‌କାତା ସମାନ ୧୪ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଏନଆର୍‌ଆର୍‌ ଉଭୟ ଦଳର ଭାଗ୍ୟରେ ବଡ଼ ଫରକ ପକାଇଥିଲା। ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଚତୁର୍ଥକୁ ଖସିଯାଇଛି। ଏଥି ସହିତ ପ୍ଲେ-ଅଫ୍‌ ସୂଚୀ ମଧ୍ୟ ଚୂଡାନ୍ତ ରୂପ ନେଇଛି। ମୁମ୍ବାଇ ଓ ଦିଲ୍ଲୀ ପ୍ରଥମ ଦୁଇଟି ସ୍ଥାନରେ ରହିଥିବା‌ରୁ ଗୁରୁବାର ପ୍ଲେ-ଅଫ୍‌ରେ ପ୍ରଥମ କ୍ବାଲିଫାୟର ଖେଳିବେ। ଶୁକ୍ରବାର ବାଙ୍ଗାଲୋର ଓ ହାଇଦ୍ରାବାଦ ମଧ୍ୟରେ ଏଲିମିନେଟର୍‌ ଖେଳାଯିବ। ସୋମବାର ବାଙ୍ଗାଲୋରକୁ ପରାସ୍ତ କରି ଦିଲ୍ଲୀ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଥିଲା। ଆସନ୍ତା କାଲି ଅର୍ଥାତ୍ ଗୁରୁବାର ଦିନ କ୍ଵାଲିଫାୟର ୧, ଶନିବାର ଦିନ ଏଲିମିନେଟର , ରବିବାର ଦିନ କ୍ୱାଲିଫାୟର ୨ ଓ ମଙ୍ଗଳବାର ଦିନ ଫାଇନାଲ ଖେଳାଯିବାର ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.