pakka

୩୬ କେଜି ଗଞ୍ଜେଇ ସହ ୧ ଗିରଫ

bbehera

ବୌଦ୍ଧ, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ ବେଳେ ବୌଦ୍ଧ ପୁଲିସ ଦ୍ୱାରା ଜଣେ ଅଭିଯୁକ୍ତ ଗିରଫ ହେବା ସହ ୩୬ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ବଘିଆପଡା ଫାଣ୍ଡି କର୍ମଚାରୀ ଏନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଜଣେ ବ୍ୟକ୍ତି କରଡାପଡା ଛକ ଠାରେ ଗଞ୍ଜେଇ ଚାଲାଣ ପାଇଁ ଠିଆ ହୋଇଥିଲେ । ସଙ୍ଗେ ସଙ୍ଗେ ଫାଣ୍ଡି କର୍ମଚାରୀ ଘଟଣାସ୍ଥଳକୁ ଯାଇ ଦେଖିବାରେ ଜଣେ ବ୍ୟକ୍ତି ଦୁଇଟି ଜରିବସ୍ତା ଧରି ଠିଆ ହୋଇଛି । ପୁଲିସ କର୍ମଚାରୀ ବସ୍ତା ଦୁଇଟିରୁ ୩୬ କେଜି ଗଞ୍ଜେଇ ଜବତ କରିବା ସହ ପାଖରେ ଥିବା ବୌଦ୍ଧ ଥାନାର ଧାନବଲସ ଗ୍ରାମର ଭୁବନ ଗାଇଗୌରିଆ(୪୦)କୁ ଗିରଫ କରିଥିଲେ । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ୨୪୯/୨୨ରେ ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

eleven − 8 =