pakka

ନିଖିଳ ଓଡିଶା ଆଶା କର୍ମୀ ସଂଘର ଜିଲ୍ଲା କାର୍ଯ୍ୟକାରୀ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ଠାରେ ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା ଏଆଇଟିୟୁସି ସହ ସହ ବନ୍ଧିତ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲା ସଭାପତି ସାଥୀ ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାପତି ସରସ୍ୱତୀ ଶର୍ମାଙ୍କ ଦ୍ୱାରା ଦିବଂଗତ ଆଶା କର୍ମୀ ଦ୍ୱୟ ଦେଓଗାଁ ବ୍ଲକ ସ୍ୱର୍ଗତ ସୁରଭି ନନ୍ଦ ଓ ବେଲପଡା ବ୍ଲକ ସ୍ୱର୍ଗତ ଉମା ପଧାନଙ୍କ ଅକାଳ ବିୟୋଗରେ ସଭାରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଅମର ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଆଇଟିୟୁସି ଜିଲ୍ଲା ସଭାପତି ସାଥୀ ବିଭୁଦତ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ଆଶା କର୍ମୀଙ୍କୁ ସଶକ୍ତ ଭାବେ ସଂଗଠିତ ହୋଇ ନିଜର ହକ୍‌ ହାସଲ କରିବା ପାଇଁ ସରକାରଙ୍କ ଠାରେ ଲଢେଇ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରମିକ କର୍ମଚାରୀ ନେତା ତଥା ଏଆଇଟିୟୁସି ଜିଲ୍ଲା ସଂପାଦକ ଦେବାଶିଷ କୁମାର ବାବୁ ଯୋଗ ଦେଇ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ ତଥା ସଶକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଂପାଦିକା ଓମି ଗୁପ୍ତା ସଂଗଠନର ସଂପାଦକୀୟ ବିବରଣୀ ତଥା ଆୟ ବ୍ୟୟ ସଭାରେ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଦିବଂଗତ ଆଶା କର୍ମୀ ଦ୍ୱୟଙ୍କ ପରିବାରକୁ କ୍ଷତି ପୂରଣ ସାହାଯ୍ୟ ସରକାରଙ୍କୁ ଶୀଘ୍ର ପ୍ରଦାନ କରିବାକୁ ଆହ୍ୱାନ ଦେଇଥିଲେ । ଯଶୋବନ୍ତୀ ବେହେରା, ମଲୟ ବିଶ୍ୱାଲ, ସାଏବୁ ନନ୍ଦ, ଦୁର୍ଯ୍ୟୋଧନ ବିଶ୍ୱଲ, ପ୍ରବିର କମ୍ପ, କନ୍ଦର୍ପ ଦୀପ, ବନୀତା ପୁଟେଲ, ସୁବାସ ସାହୁ, ମାଧବି ବେହେରା, ବାସମତି ବାଗ, ସଂଯୁକ୍ତା ରାୟ ପ୍ରମୁଖ ସଭାରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ପୁଷ୍ପାଞ୍ଜଳି ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭାକାର୍ଯ୍ୟ ସାଂଗ ଘୋଷଣା କରିଥିଲେ ।

jay balangir
Leave A Reply

Your email address will not be published.

18 − eighteen =