pakka

ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ମହିଳାମାନଙ୍କ ଅନଲାଇନ ଆଲୋଚନାଚକ୍ର 

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ମହିଳାମାନଙ୍କ ଏକ ଆଭାସି ବୈଠକ ଗତକାଲି ସନ୍ଧ୍ୟା ୫.୩୦ରେ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କ ଏହି ବୈଠକରେ ଜିଲ୍ଲା ଭିତରେ ଥିବା ସଭ୍ୟାମାନେ ଯୋଗ ଦେଇଥିଲେ । ସଂଗଠନର ପୂର୍ବ କ୍ଷେତ୍ର ସଂଗଠନ ସଚିବ ରାମଚନ୍ଦ୍ର ସ୍ଵାଇଁ ଏଥିରେ ଯୋଗଦେଇ ମହିଳାମାନକୁ ଅଧିକରୁ ଅଧିକ ସଂଖ୍ୟାରେ ପଞ୍ଚାୟତ ସହିତ ଯୋଡ଼ିବା ଦିଗରେ ସକ୍ରିୟ ଭାବରେ ସମସ୍ତେ ପ୍ରୟାସ କରିବାକୁ କହିଥିଲେ । ଖାଉଟି ସମସ୍ୟା ସହିତ ମହିଳାମାନେ ସିଧାସଳଖ ସମ୍ପର୍କିତ ଥିବାରୁ ସେମାନେ ଖାଉଟି ସୁରକ୍ଷା ସଚେତନତା ଓ ଶୋଷଣ ମୁକ୍ତ ସାମାଜ ଗଠନ ଦିଗରେ ସକ୍ରିୟ ରହିବେ । ବିଭିନ୍ନ ସମସ୍ୟା ସମାଧାନ ଦିଗରେ ବଲାଙ୍ଗିର ଜିଲ୍ଲାରେ ଅତୀତରେ କିଛି ମହିଳା ସଦସ୍ୟାଙ୍କ ସକ୍ରିୟତା କାମ କରି ଯାହାକୁ ଅସାଧ୍ୟ ବୋଲି ବିବେଚନା କରାଯାଏ ତାକୁ ସାଧ୍ୟ କରି ଦେଖାଇ ଦେଇଛନ୍ତି । ଏହି ବୈଠକର ଆବାହକ ସଂଯୁକ୍ତା ମିଶ୍ର ଥିବାବେଳେ ପଞ୍ଚାୟତର କାର୍ଯ୍ୟକାରୀ ସଦସ୍ୟା ରଞ୍ଜିତା ମିଶ୍ର, ବୀଣାପାଣି ଆଚାର୍ଯ୍ୟ, କୁସୁମ ଶତପଥୀ, କସ୍ତୁରୀ ରଥ, ନିହାରିକା ମିଶ୍ର, ସବିତାଞ୍ଜଲି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ପଶ୍ଚିମ ରାଜ୍ୟ ସାଧାରଣ ସମ୍ପାଦକ ମାଣିକ ଲାଲ ବର୍ମା, ସଂଗଠନ ସମ୍ପାଦକ ସତ୍ୟ ନାରାୟଣ ପଟେଲ୍ ନୀରବ ଯୋଗଦେଇ ଥିଲେ । ବୈଠକକୁ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

10 − 9 =